Latest Odisha News

BREAKING NEWS

କରୋନା ଗାଇଡ଼ଲାଇନ ସହ ଚାଲିଛି ମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ

ଭୁବନେଶ୍ୱର: କରୋନା ଗାଇଡ ଲାଇନ ସହ ଗୁରୁବାର ଦିନ ଓଡିଶାର ୬୧ ଟି କେନ୍ଦ୍ରରେ ଚାଲିଛିମ୍ୟାଟ୍ରିକ ଖାତା ମୂଲ୍ୟାଙ୍କନ । ଏହି ସମୟରେ କରୋନାଭାଇରସ୍ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯାଇଥିବା ଜଣାପଡିଛି ।

ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାସିସ ହଜ୍ରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶିକ୍ଷକ ମାନେ ପରସ୍ପରଠାରୁ ଏକ ମିଟର ଦୂରତାରେ ରହି ପରୀକ୍ଷା ଖାତା ମୂଲ୍ୟାଙ୍କନ ପାଇଁ ବ୍ୟବସ୍ଥା କରାଯାଇଛି।

“ଚେୟାର ଏବଂ ଟେବୁଲକୁ ପରିଷ୍କାର କରିବା ପରେ ସମସ୍ତ କେନ୍ଦ୍ରରେ ମୂଲ୍ୟାଙ୍କନ ଆରମ୍ଭ ହୋଇଛି। ଏହା ବ୍ୟତୀତ ଶିକ୍ଷକ ମାନେ ମୂଲ୍ୟାଙ୍କନ ପୂର୍ବରୁ ଏବଂ ପରେ ସଠିକ୍ ଭାବରେ ହାତ ଧୋଇବା ପାଇଁ ସମସ୍ତ କେନ୍ଦ୍ରରେ ପର୍ଯ୍ୟାପ୍ତ ହ୍ୟାଣ୍ଡ ସାନିଟାଇଜର ଏବଂ ସାବୁନ ରଖାଯାଇଛି ବୋଲି ସେ କହିଛନ୍ତି।

ବଡ଼ ସମାବେଶକୁ ଏଡାଇବା ପାଇଁ ତିନୋଟି ପର୍ଯ୍ୟାୟରେ ମୂଲ୍ୟାଙ୍କନ କରାଯିବ ବୋଲି ହାଜ୍ରା କହିଛନ୍ତି। “ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ ସକାଳ ୮.୩୦ ରୁ ଅପରାହ୍ନ ୨.୩୦, ଦ୍ୱିତୀୟ ପର୍ଯ୍ୟାୟ ସକାଳ ୯.୩୦ ରୁ ୩.୩୦ ଏବଂ ତୃତୀୟ ପର୍ଯ୍ୟାୟ ସକାଳ ୧୦.୩୦ ରୁ ୪.୩୦ ମଧ୍ୟରେ ଅନୁଷ୍ଠିତ ହେବ । ଯଦି ପରୀକ୍ଷକ କୌଣସି କାରଣରୁ ଅସୁସ୍ଥ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯିବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ପ୍ରାୟ ୧୬୦୦୦ ଶିକ୍ଷକ ମୂଲ୍ୟାଙ୍କନରେ ନିୟୋଜିତ ଅଛନ୍ତି।

Leave A Reply

Your email address will not be published.