Latest Odisha News

ଛୁଆଙ୍କୁ କରୋନା ବିପଦ; କ’ଣ ଏହି ସିଙ୍ଗାପୁର ଭାରିଆଣ୍ଟ, ପିଲାଙ୍କ ପ୍ରତି ହୋଇପାରେ କେତେ ଘାତକ ?

ନୂଆଦିଲ୍ଲୀ: ଦେଶରେ କରୋନର ଦ୍ୱିତୀୟ ଲହର ସମସ୍ତଙ୍କୁ ଡରାଇ ସାରିଥିବା ବେଳେ ତୃତୀୟ ଲହର ଛୁଆଙ୍କୁ ଅଧିକ ପ୍ରଭାବିତ କରିବ । ଏନେଇ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି । ଏହାରି ଭିତରେ କରୋନାର ସିଙ୍ଗାପୁର ଷ୍ଟ୍ରେନ ଛୁଆଙ୍କ ଲାଗି ଘାତକ ବୋଲି କୁହାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସିଙ୍ଗାପୁରରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ବାତିଲ୍ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ।

BjdElectrycity

କେଜ୍ରିୱାଲ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି, ଏହି ନୂଆ ଷ୍ଟ୍ରେନ୍ କରୋନାର ତୃତୀୟ ଲହର ଭାବେ ଦେଶରେ ପାଦ ଥାପିପାରେ । ସିଙ୍ଗାପୁର ଷ୍ଟ୍ରେନ୍ ପିଲାମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ବୋଲି କୁହାଯାଉଛି । ଏମିତି ଆଶଙ୍କା କରି ସିଙ୍ଗାପୁରରୁ ସମସ୍ତ ଉଡ଼ାଣ ବାତିଲ୍ ସହ ଛୁଆଙ୍କ ଲାଗି ଟିକାର ବିକଳ୍ପ ନେଇ ଚିନ୍ତା କରିବାକୁ କେନ୍ଦ୍ରକୁ ଦାବି କରିଛନ୍ତି।

ଅନ୍ୟପଟେ କୋଭିଡ୍-୧୯ର ଏହି ଷ୍ଟ୍ରେନ୍ ଛୁଆଙ୍କୁ ବେଶୀ ପ୍ରଭାବିତ କରୁଥିବା ସିଙ୍ଗାପୁର ସରକାର ଘୋଷଣା କରିଛନ୍ତି । ସେଠାରେ ଏଥିପାଇଁ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି । ଏଥିସହ ଏହି ଷ୍ଟ୍ରେନ୍ ପୂର୍ବରୁ ଭାରତରେ ମିଳିଥିବା କହିଛନ୍ତି ସିଙ୍ଗାପୁର ସରକାର । ତେବେ ଏଯାବତ୍ ସିଙ୍ଗାପୁରରେ ସଂକ୍ରମିତ ଛୁଆଙ୍କ ମଧ୍ୟରୁ କେହି ଗୁରୁତର ହୋଇନାହାଁନ୍ତି । ପ୍ରାୟ ସମସ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.