Latest Odisha News

ରାଜସ୍ଥାନ ରାଜନୀତି : ସଚିନଙ୍କ ପ୍ରତି ଆକ୍ଷେପ ମୂଳକ ଶବ୍ଦ ପ୍ରୟୋଗ କଲେ ଗେହଲଟ

ଜୟପୁର:ରାଜସ୍ଥାନ ରାଜନୀତିର ତାତି ସୋମବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଢ଼ାଇ ଦେଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ଓ ବିରୋଧୀ ସଚିନ ପାଇଲଟଙ୍କ ପ୍ରତି ଆକ୍ଷେପ ମୂଳକ ଶବ୍ଦ ପ୍ରୟୋଗ କରିଛନ୍ତି । ପାଇଲଟ ଜଣେ ଅଦରକାରୀ, ଅଯୋଗ୍ୟ ଏବଂ ବିଶ୍ୱାସଘାତକ ଲୋକ ବୋଲି ସେ କହିଛନ୍ତି । ସେ ଦଳରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଥିଲେ ବୋଲି ଗେହଲଟ ଅଭିଯୋଗ ଆଣିଛନ୍ତି । ବିଜେପି ସହ ମିଶି ସରକାର ଗଠନ କରିବା ପାଇଁ ଷଡଯନ୍ତ୍ର କରି ଆସୁଛନ୍ତି ।

ମୁଁ ଦଳ ଦ୍ୱାରା ଚୟନ ହୋଇ ମୁଖ୍ୟମନ୍ତ୍ରୀ ହୋଇଛି । ଏଠି ପରିବାର ବିକ୍ରି କରିବାକୁ ଆସି ନାହିଁ ବୋଲି ସେ କହିଛନ୍ତି । ମୁଁ ଦଳର ବରିଷ୍ଠ ନେତାଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲି ମାତ୍ର ସେମାନେ ବିଶ୍ୱାସ କରୁ ନ ଥିଲେ । ତାଙ୍କ ନିରୀହ ଚେହେରା ପଛରେ ବହୁତ କିଛି ଲୁଚି ରହିଥିଲା ବୋଲି ଗେହଲଟ କହିଛନ୍ତି ।

Leave A Reply

Your email address will not be published.