Latest Odisha News

BREAKING NEWS

ସାଇବର ଅପରାଧ ରୋକିବା ଲାଗି ପ୍ରତିଷ୍ଠା ହେବ ୩ ନୂଆ ଥାନା: ଡିଜିପି

ଭୁବନେଶ୍ୱର : ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ୩ଟି ନୂଆ ସାଇବର ଥାନା ପ୍ରତିଷ୍ଠା ଲାଗି ନିର୍ଣ୍ଣୟ କରିଛି ଓଡିଶା ପୋଲିସ ।

“ଓଡିଶାରେ ସାଇବର ଅପରାଧ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୧୩ ମସିହାରେ ୧୨୦ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୮ରେ ଏହା ୮୬୮କୁ ବୃଦ୍ଧି ପାଇଥିଲା । ଏହି ସାଇବର ମାମଲା ଯେଉଁ ଅନୁପାତରେ ବଢିବାରେ ଲାଗିଛି ସେହି ଅନୁପାତରେ ଅପରାଧର ମୁକାବିଲା କରିବା ପାଇଁ ଥାନା ନାହିଁ” । ଏନେଇ ଡିଜିପି ଆରପି ଶର୍ମା ଏକ ତିନି ଦିବସୀୟ ସାଇବର କ୍ରାଇମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଏହି ୩ଟି ସାଇବର ଥାନା ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ପ୍ରତିଷ୍ଠା କରାଯିବ । ଆହୁରି ମଧ୍ୟ ତଦନ୍ତ ଅଧିକାରୀଙ୍କ ସଂଖ୍ୟାରେ ବୃଦ୍ଧି କରାଯିବ ବୋଲି ଡିଜିପି ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ରାଜ୍ୟର କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଆଦି ସ୍ଥାନରେ ୪ଟି ସାଇବର ଥାନା ରହିଛି ।

Leave A Reply

Your email address will not be published.