Latest Odisha News

BREAKING NEWS

ରଥଯାତ୍ରା ବେଳେ ଏଏସଆଇ ଶ୍ରୀମନ୍ଦିର ମରାମତି କାର୍ଯ୍ୟ କରିବ

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପୁରୀ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ କରିବ ।

ଶ୍ରୀମନ୍ଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସମ୍ପର୍କୀତ ଏକ ବୈଠକର ସମାପ୍ତି ପରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ରଥଯାତ୍ରାରୁ ବାହୁଡ଼ା ଯାତ୍ରା ସମୟରେ ଏଏସଆଇ ଶ୍ରୀମନ୍ଦରର ଗର୍ଭଗୃହ, ନାଟମଣ୍ଡପ, ରୋଷଘର ଏବଂ ଜଗମୋହନର ଭିତର ପାଖରେ ମରାମତି କାର୍ଯ୍ୟ ଆରମ୍ଭ କରିବ ।

ସେ କହିଛନ୍ତି, ଜୁଲାଇ ୫ ଓ ଜୁଲାଇ ୬ ତାରିଖରେ ଏଏସଆଇ ଟିମ୍ ଗର୍ଭଗୃହ ଯାଞ୍ଚ କାର୍ଯ୍ୟ କରିବେ । “ଯଦିଓ ଗର୍ଭଗୃହର ଛାତରେ ଫାଟ ସୃଷ୍ଟି ହୋଇନାହିଁ, ମାତ୍ର ଏଏସଆଇର ଏକ ଟିମ୍ ସେବାୟତଙ୍କ ଅଭିଯୋଗକୁ ଭିତ୍ତିକରି ଏହାକୁ ଯାଞ୍ଚ କରିବ,” ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଏସଆଇର ଏହି ଦଳ ଜୁଲାଇ ୧୪ ତାରିଖ ପୂର୍ବରୁ ସମସ୍ତ ମରାମତି କାର୍ଯ୍ୟ ଶେଷ କରିବେ ।

ସେହିପରି ଜୟ-ବିଜୟ ମୂର୍ତ୍ତି ପରିବର୍ତ୍ତନ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରଦେଇ ସେ କହିଛନ୍ତି, ଜୟ-ବିଜୟ ମୂର୍ତ୍ତିି ସମ୍ପୂର୍ଣ୍ଣ ନୂଆ ପଥରରେ ଗଢାଯାଇ ଯଥାସ୍ଥାନରେ ସ୍ଥାପନ କରାଯିବ । ଏହା ଜୁଲାଇ ୧୬ ତାରିଖରେ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି ।

ତେବେ ନୀଳଚକ୍ର ସମ୍ପର୍କରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏଏସଆଇର ଡ୍ରୋନ କ୍ୟାମେରାରୁ ଜଣାପଡ଼ିଛି ଯେ, ବାତ୍ୟା ଯୋଗୁଁ ନୀଳଚକ୍ର

Leave A Reply

Your email address will not be published.