Asian Games 2026:ପ୍ରଥମ ଦିନରେ ସୁଟିଂରେ ଡବଲ୍ ସିଲଭର;ଫାଇନାଲରେ ମହିଳା କ୍ରିକେଟ୍ ଦଳ, ହକିରେ ଉଭୟ ବର୍ଗରେ ଚମତ୍କାର ଆରମ୍ଭ
ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦ତମ ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଛି ଭାରତ। ପ୍ରଥମ ଦିନରେ ଭାରତ ୨ଟି ପଦକ ଜିତିସାରିଛି । ସୁଟିଂରେ ଭାରତୀୟ ମହିଳା ଟିମ୍ ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି। ମହିଳା ୧୦ ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ଭାରତୀୟ ସୁଟରମାନେ ରୌପ୍ୟ ପଦକ ଜିତିଛନ୍ତି । ସୋନମ ମସ୍କର, ଏଲାଭେନିଲ ଭାଲାରିଭାନ ଏବଂ ବିଦର୍ଶା କେ. ବିନୋଦଙ୍କୁ ନେଇ ଗଠିତ ଭାରତୀୟ ଦଳ ଜାପାନର ନାଗୋୟାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।
INDIA’S FIRST MEDAL AT ASIAN GAMES 2026
– Our Women’s Team consisting of Elavenil Valarivan, Sonam Maskar and Vidarsa Vinod won Silver Medal in 10m Air Rifle! 🥈 pic.twitter.com/2PWmlaIAwR
— The Khel India (@TheKhelIndia) September 20, 2026
ଏହାପରେ ସିଙ୍ଗଲ୍ସ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି ଇଲାଭେନିଲ୍ ଭାଲାରିଭାନ୍ । ଗୋଟିଏ ସମୟରେ ଇଲାଭେନିଲ୍ ଭାଲାରିଭାନ୍ ସ୍ୱର୍ଣ୍ଣ ପଦକ ଦୌଡ଼ରେ ଆଗରେ ଥିଲେ, କିନ୍ତୁ ଶେଷ ଦୁଇଟି ସଟ୍ ଠିକ୍ ଭାବେ ନ ଖେଳିପାରିବା ଯୋଗୁଁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଜାପାନୀ ସୁଟର୍ ତାଇଚି ସ୍ୱର୍ଣ୍ଣ ପଦକ ଜିତିଲେ।
DOUBLE SILVER FOR INDIA’S ELAVENIL 🇮🇳
– Wins Individual Silver Medal in the Women’s 10m Air Rifle event🥈
– Helped India to win the Team Silver Medal in Women’s 10m Air Rifle event🥈
WELL DONE GIRL! 🔥🔥🔥 pic.twitter.com/nHYiY39M7S
— The Khel India (@TheKhelIndia) September 20, 2026
ଏପଟେ ଭାରତୀୟ ମହିଳା କ୍ରିକେଟ୍ ଦଳ ଫାଇନାଲ୍ରେ ପହଞ୍ଚିଛି। ଏସୀୟ କ୍ରୀଡ଼ାର ଦ୍ୱିତୀୟ ସେମି-ଫାଇନାଲ୍ରେ ଭାରତ ବାଂଲାଦେଶକୁ ୧୧୪ ରନ୍ରେ ପରାସ୍ତ କରିଛି। ବର୍ତ୍ତମାନ ଭାରତୀୟ ମହିଳା ଦଳ ଫାଇନାଲ୍ରେ ଶ୍ରୀଲଙ୍କାକୁ ମୁକାବିଲା କରିବ।
INDIAN WOMEN’S TEAM ARE THE INTO THE FINALS OF ASIAN GAMES 2026!
– Defeats Bangladesh by 114 runs! 💪🔥
WELL DONE GIRLS, FINAL VS SRI LANKA 🇱🇰 pic.twitter.com/cXloSedkj7
— The Khel India (@TheKhelIndia) September 20, 2026
ଅନ୍ୟପଟେ ମହିଳା ହକିରେ ଭାରତ ଉଜବେକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଏକ ଚମତ୍କାର ଆରମ୍ଭ କରିଛି। ସେହିପରି ଭାରତୀୟ ପୁରୁଷ ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଏକ ଚମତ୍କାର ଆରମ୍ଭ କରିଛି ଏବଂ ନିଜର ପ୍ରାରମ୍ଭିକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଣ୍ଡୋନେସିଆକୁ ୧୩-୧ ଗୋଲ୍ରେ ପରାସ୍ତ କରିଛି।
𝗔 𝗗𝗢𝗠𝗜𝗡𝗔𝗡𝗧 𝗦𝗧𝗔𝗥𝗧 𝗙𝗢𝗥 𝗜𝗡𝗗𝗜𝗔! 🇮🇳🔥
The Indian Women’s Team begins its Asian Games 2026 campaign with a 19-0 win over Uzbekistan, led by Deepika’s whopping 8 goals. 🏑💙
𝗢𝗻𝘁𝗼 𝘁𝗵𝗲 𝗻𝗲𝘅𝘁 𝗼𝗻𝗲! India face Indonesia tomorrow. 🇮🇳🏑#HockeyIndia… pic.twitter.com/XcZzsS1BOV
— Hockey India (@TheHockeyIndia) September 20, 2026
A commanding start to the Asian Games 2026 title defence as the Indian Men’s Team beats Indonesia 13-1! 🏑💪
A statement win to open the campaign! ⚡#HockeyIndia #IndiaKaGame #AsianGames2026 #AichiNagoya2026 pic.twitter.com/H75RlOWFuF
— Hockey India (@TheHockeyIndia) September 20, 2026
ସୂଚନାଥାଉକି, ଭାରତୀୟ ମହିଳା ବ୍ୟାଡମିଣ୍ଟନ୍ ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ଭାରତୀୟ ଦଳ ଜାପାନ ସହ ମୁକାବିଲା କରିବେ। ପ୍ରାରମ୍ଭିକ ରାଉଣ୍ଡରେ ଭାରତୀୟ ଦଳ କାଜାଖସ୍ତାନକୁ ୩-୦ ବ୍ୟବଧାନରେ ପରାସ୍ତ କରିଛି ।
Clinical and Convincing! 💥🇮🇳
Our Women’s Team powers into the quarterfinals with a dominant 3-0 win over Kazakhstan!
Next challenge: Japan on 22nd September
Let’s fight for the medal! 👊#AsianGames2026 #AichiNagoya2026 #TeamIndia #Badminton pic.twitter.com/6jIGq46KkI— BAI Media (@BAI_Media) September 20, 2026

