Latest Odisha News

BREAKING NEWS

stone crusher: ୪ ପଥର କ୍ରସର ୟୁନିଟକୁ NGT ଝଟକା;ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ…

ଢେଙ୍କାନାଳ: ବେଆଇନ ଖଣି ଖନନ ନେଇ ଅଭିଯୋଗ ପରେ ଢେଙ୍କାନାଳରେ ୪ ପଥର କ୍ରସର ୟୁନିଟକୁ ଏନଜିଟିର ଛାଟ। ଗ୍ରାମ୍ୟ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ତୁରନ୍ତ କ୍ରସରଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ଗଁଦିଆ ତହସିଲ ଅନ୍ତର୍ଗତ ନିଶିନ୍ତା ପାହାଡ଼ ଓ ଏହାର ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବେଆଇନ ଖଣି ଖନନ ନେଇ ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା । ମାମଲାର ଶୁଣାଣି ପରେ ନିହଲପ୍ରସାଦ ଅଞ୍ଚଳରେ ଥିବା ୪ଟି କ୍ରସର ୟୁନିଟକୁ ସିଲ୍ କରାଯାଇଛି ।

ଅନୁମତି ମିଳିଥିବା ଅଞ୍ଚଳ ବାହାରେ ଜମି ଜବରଦଖଲ ହୋଇଥିବା ନେଇ ପ୍ରମାଣ ମିଳିବା ପରେ ଏନ୍‌ଜିଟିର ଇଷ୍ଟର୍ଣ୍ଣ ଜୋନ୍ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କେବଳ କ୍ରସର ବନ୍ଦ ନୁହେଁ, ବେଆଇନ ଖଣି ଉତ୍ତୋଳନର ପରିମାଣ ଆକଳନ କରି ପରିବେଶ କ୍ଷତିପୂରଣ ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କ୍ରସର ଚଳାଇବା କିମ୍ବା ସମ୍ପୃକ୍ତ ଅଞ୍ଚଳରେ ଖଣି କାର୍ଯ୍ୟ କରିବା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି NGTର ଇଷ୍ଟର୍ଣ୍ଣ ଜୋନ୍ ବେଞ୍ଚ।

Leave A Reply

Your email address will not be published.