Latest Odisha News

BREAKING NEWS

ଏସୀୟ ପାରା ଗେମ୍ସ: ଓଡିଶା ଖେଳାଳୀ ପ୍ରମୋଦ ଭଗତ ଜିତିଲେ ବ୍ୟାଡମିଣ୍ଟନ ସ୍ୱର୍ଣ୍ଣ

ଜାକାର୍ତ୍ତା : ଇଣ୍ଡୋନେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ହୋଇଥିବା ପାରା ଏସିଆନ୍ସ ଗେମରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଓଡିଶା ଖେଳାଳୀ ପ୍ରମୋଦ ଭଗତ ।

ଏଥିସହିତ ଫାଇନାଲରେ ସେ ଥାଇଲାଣ୍ଡର ଖେଳାଳୀ ଉକୁନ ରୁକାଏନ୍ଦିଙ୍କୁ ୨୧-୧୯, ୧୫-୨୧ ଓ ୨୧-୧୪ ସେଟରେ ପରାସ୍ତ କରି ଏହି ପଦକ ହାସଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଶୁକ୍ରବାର ଦିନ ଖେଳାଯାଇଥିବା ପୁରଷ ସିଙ୍ଗଲ୍ସ ସେମି ଫାଇନାଲରେ ଭିଏତନାମାର ତ୍ରିନ୍ ନ ତୁଆନଙ୍କୁ ବିପକ୍ଷରେ ଖେଳି ଫାଇନାଲରେ ସ୍ଥାନ ବଜାୟ ରଖିଥିଲେ ।

ଆହୁରି ମଧ୍ୟ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ହାତେଇଥିବା ପ୍ରମୋଦଙ୍କୁ ପୁରୁଷ ଯୁଗଳରେ ସେମି ଫାଇନାଲରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

Leave A Reply

Your email address will not be published.