Latest Odisha News

ପର୍ଯ୍ୟଟକଙ୍କୁ ପିଟିଲେ ନନ୍ଦନକାନନ କର୍ମଚାରୀ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଆସାମରୁ ଆସିଥିବା ପର୍ଯ୍ୟଟକଙ୍କୁ ପିଟିଛନ୍ତି ନନ୍ଦନକାନନ କର୍ମଚାରୀ। ପିଟିପିଟି ପର୍ଯ୍ୟଟକଙ୍କୁ ଲହୁଲୁହାଣ କରିଦେଇଛନ୍ତି ।

ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନ କରୁଛନ୍ତି । ଅନ୍ୟରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ‘ଅତିଥି ଦେବୋ ଭବଃ’ ଭଳି ଭଳିକି ଭଳି ବିଜ୍ଞାପନ ମାନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ତେବେ ଏତେସବୁ ପରେ ଓଡ଼ିଶାରେ ଅନ୍ୟ ରାଜ୍ୟର ପ୍ରଯ୍ୟଟକଙ୍କୁ ଦିଆଯାଉଥିବା ଆତିଥ୍ୟର ନଗ୍ନ ଚିତ୍ର ସାମ୍ନାକୁ ଆସିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଆସାମର ଗୌହାଟୀରୁ ପରିବାର ସହ ଓଡ଼ିଶା ବୁଲିବାକୁ ଆସିଥିଲେ ଜେ.କାଲିତ । ତେବେ ଶନିବାର ଦିନ ନନ୍ଦନକାନନ ପରିଦର୍ଶନ ନିମନ୍ତେ ସେଠାରେ ପହଞ୍ଚିଥିଲେ ।

‘କାଲିତ’ ଟିକେଟ କାଟି ଭୁତରକୁ ଯାଇ ସେଠାରେ ବ୍ୟାଟେରୀ ଗାଡି ପାଇଁ ନିଜ ପରିବାର ସହ ଅପେକ୍ଷା କରିଥିଲେ । ତାଙ୍କ ପୁଅ ଭାସ୍କର ଓ ଭଣଜା ଜୟନ୍ତ ବ୍ୟାଟେରୀ ଗାଡିର ଟିକଟ ପାଇଁ ଟିକଟ କାଉଣ୍ଟର ପାଖରେ ଛିଡା ହୋଇଥିଲେ । କିନ୍ତୁ ବ୍ୟାଟେରୀ ଗାଡ଼ି ଚାଳକ ମାନେ ବାହାରର ଆଉ କିଛି ପର୍ଯ୍ୟଟକଙ୍କ ସହ ପାଟିତୁଣ୍ଡ କରୁଥିଲେ । ଯାହାର ଭିଡ଼ିଓ ଜଣେ ଯୁବକ ନିଜ କ୍ୟାମେରାରେ ରେକର୍ଡ଼ିଂ କରୁଥିଲେ । ଅଧିକ ପାତିତୁଣ୍ଡ ହେବାରୁ ରେକର୍ଡ଼ିଂ କରୁଥିବା ଯୁବକ ଜଣଙ୍କ ସେ ସ୍ଥାନରୁ ପଳାଇଥିଲେ ।

ତେବେ ଭାସ୍କର ଓ ଜୟନ୍ତ ହିଁ ଭିଡିଓ ସୁଟିଂ କରୁଥିବା ଭାବି ଚାଳକ ଜଣକ କିଛି ନବୁଝିସୁଝି ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଖରାପ ଭାଷାରେ ଗାଳି ମଧ୍ୟ କରିଥିଲେ । ଏହାସହ ଆଉ କିଛି କର୍ମଚାରୀ ମିଶି ସେମାନଙ୍କୁ ମାରି ଲହୁଲୁହାଣ କରିଦେଇଥିଲେ ।

ସେଠାରେ ଉପସ୍ଥିତ ମହିଳା ଓ କିଛି ଲୋକ ସେମାନଙ୍କୁ ଉଦ୍ଧାର କରିବାକୁ ଯିବାରୁ ସେମାନଙ୍କୁ ମଧ୍ୟ ଖରାପ ବ୍ୟବହାର କରିବା ସହ ଭାସ୍କରଙ୍କ ମୋବାଇଲ ସେମାନେ ଛଡେଇ ନେଇ ଯାଇଥିଲେ । ସେଠାରେ ଉପସ୍ଥିତ ପର୍ଯ୍ୟଟକ ମାନେ ଏହାର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

ଏନେଇ ଆହତ ପର୍ଯ୍ୟଟକ ଭାସ୍କର ଓ ଜୟନ୍ତ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.