Latest Odisha News

BREAKING NEWS

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପାର୍କିଂ ଟ୍ରକକୁ ଧକ୍କା ମାରିଲା କ୍ରୁଜର, ୫ ମୃତ ଓ ୧୩ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ୟାଦଗିରି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗାଡି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ୟାଦଗିରିର ଡେପୁଟି ଏସପି କହିଛନ୍ତି ଯେ ଏହି ଦୁର୍ଘଟଣା ବାଲିଚକ୍ର କ୍ରସ୍ ନିକଟରେ ଘଟିଛି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

ପୋଲିସ ରିପୋର୍ଟରୁ ଜଣାପଡିଛି ଯେ ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର ନନ୍ଦିଆଲ ଜିଲ୍ଲା ଭେଲାଗୋଡୁ ଗାଁର ବାସିନ୍ଦା। ସମସ୍ତେ ଖ୍ୱାଜା ବନ୍ଦେନୱାଜ୍ ଉତ୍ସବରେ ଯୋଗଦେବା ପାଇଁ କର୍ଣ୍ଣାଟକର କଲବୁର୍ଗୀ ଯାଉଥିଲେ। ପୋଲିସ ସୂଚନାନୁସାରେ, ମଙ୍ଗଳବାର ସକାଳ ୪ ଟାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ୧୮ ଜଣଙ୍କୁ ନେଇ ଯାଉଥିବା ଏକ କ୍ରୁଜର ଗାଡି ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।

ସୂଚନା ପାଇବା ମାତ୍ରେ ୟାଦଗିରିର ଡେପୁଟି ଏସପି ବସଭେଶ୍ୱର ଏବଂ ସାଇଦାପୁରର ପୋଲିସ ଇନ୍ସପେକ୍ଟର ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଇଚୁର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (RIMS)କୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

Leave A Reply

Your email address will not be published.