Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ ଚାଲିଛି । ଏକାସଙ୍ଗେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ।

ନୟାଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାର ୬ଟି ସ୍ଥାନରେ ଚଢାଉ ଚାଲିଛି । ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ନୟାଗଡ଼ ସ୍ଥିତ ଅଫିସ, ନୟାଗଡ ଟାଉନ ସ୍ଥିତ ଘର, ଭୁବନେଶ୍ଵର ପଟିଆ ସ୍ଥିତ ଫ୍ଲାଟ, କଟକ କିଶୋରନଗର ସ୍ଥିତ ପୈତୃକ ଘର ଚାଲିଛି ଚଢ଼ାଉ ।

କଟକ ଆଲିସା ବଜାରରେ ଥିବା ବିଲଡିଂ, ଭୁବନେଶ୍ଵର ଖଣ୍ଡଗିରି ସ୍ଥିତ ଦୁଇ ମହଲା କୋଠାରେ ରହିଛି । ଚଢାଉରେ ଭିଜିଲାନ୍ସର ୫ଜଣ ଡିଏସପି, ୫ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Leave A Reply

Your email address will not be published.