Latest Odisha News

BREAKING NEWS

୯ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢ଼ିଲାଣି ୬ ଟଙ୍କା

ଆଜି 80 ପଇସାରୁ ଅଧିକ ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର

ଭୁବନେଶ୍ୱର: ତୈଳ ବଜାରରେ ନିଆଁ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦାମ୍ । ପ୍ରତିଦିନ ଗାଡ଼ିରେ ତେଲ ପକାଇବା ବେଳେ ହାତରୁ ଅଧିକ ଟଙ୍କା ଗଣୁଛନ୍ତି ଗ୍ରାହକ । ୨୪ ଘଣ୍ଟାରେ ବଦଳୁଛି ଦାମ୍ । ଗତ ୨୨ ତାରିଖରୁ ଆଜିକୁ ମିଶାଇ ପେଟ୍ରୋଲ ଓ ଡିଜେଲ ଦାମ ୮ ଥର ବଢିଲାଣି ।

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ଦର ୮୬ ପଇସା ଓ ଡିଜେଲ୍ ଦାମ୍ ୮୫ ପଇସା ବଢିଛି । ବର୍ଦ୍ଧିତ ଦର ପରେ ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ଲିଟର ପ୍ରତି ୧୦୭ଟଙ୍କା ୭୯ ପଇସା ଓ ଡିଜେଲ୍ ଦାମ୍ ୯୭ଟଙ୍କା ୫୭ ପଇସା ହୋଇଛି ।

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ଲିଟର ପିଛା ୧୦୧ ଟଙ୍କା ୧ ପଇସା ଓ ଡିଜେଲ୍ ଦାମ୍ ୯୨ ଟଙ୍କା ୨୭ ପଇସା (୮୦ ପଇସା ବୃଦ୍ଧି) ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ୍ ୧୧୫ ଟଙ୍କା ୮୮ ପଇସା(୮୪ ପଇସା ବୃଦ୍ଧି) ଓ ଡିଜେଲ୍ ଦାମ୍ ୧୦୦ଟଙ୍କା ୧୦ ପଇସା (୮୫ ପଇସା ବୃଦ୍ଧି) ହୋଇଛି ।

ଚେନ୍ନାଇରେ ପେଟ୍ରୋଲ୍ ଦାମ୍ ୧୦୬.୬୯ (୭୫ ପଇସା ବୃଦ୍ଧି) ଓ ଡିଜେଲ୍ ଦାମ୍ ୯୬ଟଙ୍କା ୭୬ ପଇସା (୭୬ ପଇସା ବୃଦ୍ଧି) ହୋଇଛି । କୋଲକାତାରେ ପେଟ୍ରୋଲ୍ ଦାମ୍ ୧୧୦ଟଙ୍କା ୫୨ ପଇସା (୮୪ ପଇସା ବୃଦ୍ଧି) ଓ ଡିଜେଲ୍ ଦାମ୍ ୯୫ଟଙ୍କା ୪୨ପଇସା (୮୦ ପଇସା ବୃଦ୍ଧି) ହୋଇଛି । ଗତ ୯ ଦିନରେ ପେଟ୍ରୋଲ୍ ଲିଟର ପିଛା ୫ ଟଙ୍କା ୯୮ ପଇସା ଓ ଡିଜେଲ ୫ ଟଙ୍କା ୯୫ ପଇସା ବଢ଼ିଛି।

Leave A Reply

Your email address will not be published.