Latest Odisha News

BREAKING NEWS

ଜଳିଗଲା ATR-72 ବିମାନ, ଚାଲିଗଲା ୩୨ ଜଣଙ୍କ ଜୀବନ

କାଠମାଣ୍ଡୁ : ନେପାଳରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାଟି ଆଜି ସକାଳେ ହୋଇଥିବା ଜଣାପଡ଼ିଛି  । ବିମାନରେ ୬୮ ଯାତ୍ରୀଙ୍କ ସହ ୪ ଜଣ ପାଇଲଟ୍‌ ଥିଲେ  । ବିମାନଟି ହୁତୁ ହୁତୁ ହୋଇ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା  ।ଏହି ଦୁର୍ଘଟଣାକୁ ନେଇ ଏୟାରଲାଇନ୍ସର ମୁଖପାତ୍ର ସୁଦର୍ଶନ ବାର୍ଟାଲ ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ୟେଟି ଏୟାରଲାଇନ୍ସର ବିମାନଟି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ATR-72 ବିମାନରେ ୬୮ ଜଣ ଯାତ୍ରୀଙ୍କ ସହ ଓ ୪ ଜଣ ପାଇଲଟ୍‌ଙ୍କୁ ମିଶାଇ ୭୨ ଜଣ ବିମାନରେ ରହିଥିଲେ।ଏନେଇ ଦୁର୍ଘଟଣାଗ୍ରସ୍ତ ବିମାନରୁ ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । କୁହାଯାଉଛି କି, ବିମାନଟି ଖରାପ ପାଗ ଯୋଗୁଁ ଏକ ପାହାଡରେ ଦୁର୍ଘଟଣା ହୋଇଥିଲା ।

Leave A Reply

Your email address will not be published.