Latest Odisha News

BREAKING NEWS

ପରପୁରୁଷ ସହ ସ୍ତ୍ରୀକୁ ଦେଖି ସହିପାରିଲାନି ସ୍ୱାମୀ, ଅଲଗା କରିଦେଲା ମୁଣ୍ଡରୁ ଗଣ୍ଡି

ରାଞ୍ଚି: ଝାରଖଣ୍ଡରରୁ ଆସିଲା ଲୋମହର୍ଷଣକାରୀ ଘଟଣା  । ପରପୁରୁଷ ସହ ପତ୍ନୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ହିତାହତ ଜ୍ଞାନ ଭୁଲିଗଲା ସ୍ୱାମୀ  । ପତ୍ନୀଙ୍କ ପ୍ରେମିକର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା  । ଏପରି ଘଟଣା ଝାରଖଣ୍ଡର ଲୋନଜୋ ଗାଁରେ ଘଟିଛି  ।

ପୋଲିସ କହିବା ଅନୁଯାୟୀ, ଝାରଖଣ୍ଡର ଲୋନଜୋ ଗାଁରେ ବିଶ୍ୱନାଥ ତାଙ୍କ ପତ୍ନୀ ରହୁଥିଲେ  । ସେଠାରେ ଶ୍ୟାମଲାଲ ନାମକ ଜଣେ ଯୁବକଙ୍କ ସହ ବିଶ୍ୱନାଥ ପତ୍ନୀଙ୍କର ପ୍ରେମ ସମ୍ପର୍କ ରହିଥିଲା  । ବିଶ୍ୱନାଥ ତାଙ୍କ ପତ୍ନୀଙ୍କୁ ସନ୍ଦେହ କରୁଥିଲେ ହେଲେ ପ୍ରମାଣ ନଥିବାରୁ ବିଶ୍ୱନାଥ ଚୁପ୍‌ ରହୁଥିଲେ । ହେଲେ ସେ ଘରେ ହଠାତ୍‌ ଶ୍ୟାମଲାଲଙ୍କ ସହ ପତ୍ନୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇଯାଇଥିଲେ  । ଆଉ ଶ୍ୟାମଲାଲ୍‌ଙ୍କୁ ଗଛରେ ବାନ୍ଧି ପିଟି ପିଟି ତାଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିଲେ  ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶ୍ୟାମଲାଲଙ୍କ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ବିଶ୍ୱନାଥଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି  ।

 

Leave A Reply

Your email address will not be published.