Latest Odisha News

BREAKING NEWS

ଆସିଲା ରିପୋର୍ଟ , ଗଲ୍‌ୱାନ୍‌ ସଂଘର୍ଷରେ ୩୮ ଚୀନ ସୈନିକଙ୍କ ନଦୀରେ ବୁଡି ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ :ଗଲୱାନରେ ସଂଘର୍ଷ ବେଳେ ନଦୀରେ ଭାସିଯାଇ ୩୮ଜଣ ଚୀନ ସୈନିକଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।୨୦୨୦ ଜୁନ ୧୫ରେ ଲଦାଖର ଗଲୱାନ ଉପତ୍ୟାକାରେ ସଂଘର୍ଷ ବେଳେ ପ୍ରାୟ ୩୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଯାଇଛି । ଅଷ୍ଟ୍ରେଲିଆ ସମ୍ବାଦପତ୍ର ଦ କ୍ଲାକ୍ସନରେ ପ୍ରକାଶ ପାଇଥିବା ଅନୁସନ୍ଧାନ ରିପୋର୍ଟରେ ଏପରି ଚକ୍କିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଜୁନ ୧୫-୧୬ ଯୁଦ୍ଧର ପ୍ରାରମ୍ଭରେ ଅତି କମରେ ୩୮ ଜଣ ଚୀନ ସୈନିକ ଅନ୍ଧାରରେ ଗଲୱାନ ନଦୀ ପାର ଦେବାକୁ ଚେଷ୍ଟା କରୁଥିବା ବେଳେ ବୁଡି ଯାଇଥିଲେ । ଚାଇନାର ନାଗରିକଙ୍କ ଠାରୁ ମିଳିଥିବା ସୂଚନା ଏବଂ ଏହା ଚୀନ କର୍ତୁପକ୍ଷ ଡିଲିଟ କରିଥିବା ମିଡିଆ ରିପୋର୍ଟ କହିଛି ।

ହେଲେ ଅଷ୍ଟ୍ରେଲିଆ ରିପୋର୍ଟ ଚୀନର ଚତୁରତାକୁ ପଦାରେ ପକାଇ ଦେଇଛି । ଚୀନ ସୋସିଆଲ ମିଡିଆ ୱେବି ପକ୍ଷରୁ କୁହାଯାଇଛି ସେଦିନ ରାତିରେ ୪ ଜଣ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିଲା ।ହେଲେ ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟରେ ଘଟଣାର ସତ୍ୟତା ସାମ୍ନାକୁ ଆସିଛି ।

Comments are closed, but trackbacks and pingbacks are open.