Latest Odisha News

ପାକିସ୍ତାନକୁ ନାକରେ କନ୍ଦେଇଲେଣି ବାଲୋଚିସ୍ତାନୀ ବିଦ୍ରୋହୀ

ଇସଲାମାବାଦ: ନିଜେ ବିଛାଇଥିବା ଜେଲରେ ଫସିଛି ପାକିସ୍ତାନ । ଦେଶ ଭିତରେ ଆଫଗାନିସ୍ତାନୀ ସମର୍ଥନ ଆତଙ୍କବାଦୀ ଏବଂ ଦେଶର ସୀମାରେ ବାଲୋଚିସ୍ତାନର ବିଦ୍ରୋହୀ ପାକିସ୍ତାନ ପାଇଁ ବଡ ମୁଣ୍ଡ ବ୍ୟାଥାର କାରଣ ସାଜିଛନ୍ତି । ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ପାଂଜଗୁର ଓ ନୁଶାକି ଅଂଚଳରେ ବାଲୋଚି ବିଦ୍ରୋହୀଙ୍କ ଆକ୍ରମଣରେ ୧୦୦ ପାକିସ୍ତାନୀ ସେନା ମରିଥିବା ବେଳେ ସେନା ଶିବିରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଥିବା ସେମାନେ ଘୋଷଣା କରିଛନ୍ତି ।

BjdElectrycity

ତେବେ ପାକିସ୍ତାନ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଏହି ସଂଘର୍ଷରେ ଜଣେ ସେନା ଏବଂ ୪ଜଣ ବିଦ୍ରୋହୀ ମରିଥିବା ସେନା ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଅନ୍ୟ ଏକ ଆକ୍ରମଣରେ ୧୦ ପାକିସ୍ତାନୀ ମୃତ୍ୟୁବରଣ କରିଥିଲେ ।

Comments are closed, but trackbacks and pingbacks are open.