Latest Odisha News

BREAKING NEWS

ପିକନିକ ବସ୍ ଦୁର୍ଘଟଣା: ୪୦ ଆହତ

କାମାକ୍ଷାନଗର: ପୁଣି ଓଲଟିଲା ପିକନିକ ବସ୍ । ସାମ୍ନାରେ ଥିବା ହାଇୱାକୁ ବସ୍ ଟି ପିଟିବା ପରେ ପଛପଟୁ ବସ୍ ଟିକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । କାମାକ୍ଷାନଗର ସ୍ଥିତ ମହାବୀର ରୋଡ ଥାନା ଭେଜିଆ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଗାଡିର ଡ୍ରାଇଭର ସମେତ ୪୦ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ସମ୍ବଲପୁରରୁ ପିକନିକ ସାରି ବଡଚଣା ଫେରୁଥିଟା ପିକନିକ ବସ୍ ଟି ଭାରସ୍ୟାମ ହରାଇ ଭେଜିଆ ଛକରେ ଥିବା ଏକ ହାଇୱାକୁ ଧକ୍କା ଦେଇଥିଲା । ପରେ ବସ୍ କୁ ପଛପଟୁ ଆଉ ଏକ ଟ୍ରକ ଧକ୍କା ଦେଇଛି । ବସ୍ ରେ ମୋଟ ୩୮ଜଣ ଲୋକ ଥିଲେ । ଦୁର୍ଘଟଣାରେ ଉଭୟ ଗାଡିର ଡ୍ରାଇଭର କୁ ମିଶାଇ ମୋଟ ୪୦ ଜଣ ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତ ମାନଙ୍କୁ ଉଦ୍ଧାର କରି ତାଳଚେର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେଥିମଧ୍ୟରୁ ୨ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଘନ କୁହୁଡି କାରଣରୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

Leave A Reply

Your email address will not be published.