Latest Odisha News

ହାତୀ କଙ୍କାଳ ଉଦ୍ଧାର ଘଟଣାରେ ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ !

ଆଠଗଡ଼: କଟକ ଜିଲ୍ଲା ବଡମ୍ବା ଜଙ୍ଗଲରୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଆଠଗଡ଼ ଡିଏଫଓ ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି। ଓଡ଼ିଶା ବନ ସଂରକ୍ଷକ ମୁଖ୍ୟ ବା ପିସିସିଏଫ ଶଶୀ ପଲ୍ ସୋମବାର କହିଛନ୍ତି ଯେ ବଡମ୍ବା ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ତଦନ୍ତ ଜାରି ରହିଛି । ଆବଶ୍ୟକ ପଡ଼ିଲେ ଆଠଗଡ଼ ଡିଏଫ୍ଓଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ।

ଏବେ ଫେରାର ଥିବା ଦୁଇ ବନ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ପାଲ କହିଛନ୍ତି।

ତେବେ ଆଠଗଡରୁ ହାତୀ କଙ୍କାଳ ଉଦ୍ଧାର ହେବା ପରେ ଡିଏଫଓଙ୍କୁ ପଚରାଉଚରା କରିବାକୁ ଡକାଯାଇଥିଲା । କିନ୍ତୁ ସେ ଏବେ ଫେରାର ରହିଛନ୍ତି । ଅନ୍ୟଜଣେ ବନଖଣ୍ଡ ଅଧିକାରୀ ପ୍ରଦୀପ ପରିଡା ମଧ୍ୟ କଙ୍କାଳ ଜବତ ହେବା ପରଠାରୁ ଫେରାର ରହିଛନ୍ତି।

ସେପଟେ ନିକଟରେ ଗୁଳିର ଶିକାର ହେବା ପରେ ଅସୁସ୍ଥ ହୋଇପଡିଥିବା ଦନ୍ତା ହାତୀର ସ୍ୱାସ୍ଥ୍ୟାବସ୍ଥା ନରସିଂହପୁର ଫରେଷ୍ଟ ରେଞ୍ଜରେ ଚାଲିଛି ।ଏବେ ପୂର୍ବ ଅପେକ୍ଷା ହାତୀର ସ୍ୱାସ୍ଥ୍ୟାବସ୍ଥା ଠିକଠାକ ରହିଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଥମେ ଏହି ଦନ୍ତାହାତୀର ଚିକିତ୍ସା ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ କରୁଥିଲେ। ଏହାପରେ ନନ୍ଦନକାନନ ଓ ସାତକୋଶିଆ ଟିମ୍ ଏଥିରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ଓୟୁଏଟିରୁ ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଆସି ହାତୀର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ହାତୀ କଙ୍କାଳ ଉଦ୍ଧାର ଘଟଣାରେ ବର୍ତ୍ତମାନ ସୁଦ୍ଧା ବନ ବିଭାଗର ୫ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.