Latest Odisha News

BREAKING NEWS

ପୁଣି କାଲି ରାହୁଲଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ 10 ଘଣ୍ଟା ଧରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିଛି ଇଡି। ରାହୁଲଙ୍କୁ ସକାଳେ ପ୍ରଥମ ରାଉଣ୍ଡରେ, ଇଡି ତିନି ଘଣ୍ଟା ପାଇଁ ପ୍ରଶ୍ନ ପଚାରିଥିଲା । ​​| ଏହା ପରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ରାହୁଲ ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ଏଠାରୁ ସେ ପୁନର୍ବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ଦ୍ୱିତୀୟ ରାଉଣ୍ଡ ପାଇଁ ପଚରାଉଚରା କରାଯାଇଥିଲା  ।  ଦ୍ୱିତୀୟ ରାଉଣ୍ଡରେ ରାହୁଲଙ୍କୁ ସାତ ଘଣ୍ଟା ଧରି ଇଡି ପ୍ରଶ୍ନ ପଚାରିଥିଲେ। ରାହୁଲ ଅନେକ ପ୍ରଶ୍ନର ଉତ୍ତର ଦେଇନଥିବାରୁ ଆସନ୍ତାକାଲି ତାଙ୍କର ପୁଣି ଜେରା କରିବ ଇଡି ।

ପ୍ରିଭେନ୍ସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ବା ବା PMLAର ଧାରା ୫୦ ଅଧୀନରେ ରାହୁଲଙ୍କ ବୟାନ ରେକର୍ଡ କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ । ଜଣେ ଆସିଷ୍ଟାଣ୍ଟ୍ ଡିରେକ୍ଟର ରାହୁଲଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ, ଡେପୁଟି ଡିରେକ୍ଟର ଏହାର ଅନୁଧ୍ୟାନ କରିଥିବା ଏବଂ ଅନ୍ୟ ଜଣେ ଅଧିକାରୀ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମ ଅନୁସାରେ ରାହୁଲଙ୍କୁ ଇଡି ପଚାରିଥିଲା ଯେ  ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍ ସହିତ ସଂପର୍କ କଣ? ।  ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍‌କୁ ଋଣ ଦେବା ପାଇଁ କଂଗ୍ରେସ କାହିଁକି ନିଷ୍ପତ୍ତି ନେଇଥିଲା? । ୟଙ୍ଗ୍ ଇଣ୍ଡିଆନ୍ ଲିମିଟେଡ୍‌କୁ କଂଗ୍ରେସ ଦେଇଥିବା ଋଣର ବିସ୍ତୃତ ବିବରଣୀ ଦିଅନ୍ତୁ ।  ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ଇଡି ଅଧିକାରୀ । ସେପଟେ ବିଭିନ୍ନ ରାଜ୍ୟର ଇଡି କାର୍ୟ୍ୟାଳୟ ଆଗରେ ଶୋଭାଯାତ୍ରା, ବିକ୍ଷୋଭ, ନାରାବାଜି ଦେଇ ପ୍ରତିବାଦ ପ୍ରଦର୍ଶନ କରିଥିଲା କଂଗ୍ରେସ ଦଳ ।

Leave A Reply

Your email address will not be published.