Latest Odisha News

BREAKING NEWS

ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସିବ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀ ରେ’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ଅନ୍ନନ୍ଦ ଏଲ୍ ରାୟ ଆସନ୍ତା ଅଗଷ୍ଟ ୬ ରେ ଅକ୍ଷୟ କୁମାର, ସାରା ଅଲି ଖାନ ଏବଂ ସାଉଥ୍‌ ହିରୋ ଧନୁଷଙ୍କ ଅଭିନୀତ ତାଙ୍କର ଆଗାମୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀ ରେ’ ମୁକ୍ତିଲାଭ କରିବ।

ଅଗଷ୍ଟ ୬, ୨୦୨୧ ରେ ଆର୍ ରହମାନ ମ୍ୟୁଜିକାଲ୍ ପରଦାରେ ଆସିବ ବୋଲି ଫିଲ୍ମର ନିର୍ମାତା ଏକ ବିବୃତ୍ତିରେ କହିଛନ୍ତି।

୨୦୧୩ ରେ ‘ରାଞ୍ଜଣା’ରେ ଅଭିନୟ ପରେ ଧନୁଷ ଏବଂ ରାୟଙ୍କୁ ଏହି ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିବ। ଧନୁଷଙ୍କୁ ଏଥିରେ ଏକ ବିଶେଷ ଭୂମିକାରେ ଅଭିନୟ ଦେଖିବାକୁ ମିଳିବ।

୨୦୨୧ରେ ଏହା ଅକ୍ଷୟ କୁମାରଙ୍କ ତୃତୀୟ ଚଳଚ୍ଚିତ୍ର ଭାବେ ମୁକ୍ତିଲାଭ କରିବ।

Leave A Reply

Your email address will not be published.