Latest Odisha News

BREAKING NEWS

ଡିଜିଟାଲ ପରାମର୍ଶ ବଦଳାଇଲା ଅନୁଗୁଳର ଚାଷୀ ସରୋଜଙ୍କ ଭାଗ୍ୟ ଜାଣନ୍ତୁ କେମିତି?

ଅନୁଗୁଳ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଅନୁଗୁଳ ଆଠମଲ୍ଲିକ ବ୍ଲକ ପାତ୍ରପଡା ଗାଁର ଚାଷୀ ସରୋଜ କୁମାର ପାତ୍ର । କିନ୍ତୁ ହଠାତ୍ ଚମତ୍କାର ହେଲା ଭଳି କିଛି ହେଲା ତାଙ୍କ କ୍ଷେତ୍ରରେ ଯାହା ତାଙ୍କ ସମସ୍ୟାର ସମାଧାନ ଆଣିଦେଲା । ଆଉ ଏବେ ସେ ସ୍ଥାନୀୟ ଅଂଚଳରେ ଜଣେ ସଫଳ ଚାଷୀ । ତେବେ କେମିତି ଏହା ହେଲା ସମ୍ଭବ । ଆସନ୍ତୁ ଜାଣିବା ।

ସରୋଜଙ୍କ ପରିବାରରେ ତାଙ୍କ ବାପା, ମା , ସ୍ତ୍ରୀ ଏବଂ ଗୋଟିଏ ପୁଅ ଏବଂ ଝିଅ । ପିଲାଦିନରୁ ବାପା ଏବଂ ଜେଜେ ବାପାଙ୍କଠୁ ଚାଷ ଦେଖି ଦେଖି ନିଷ୍ପତ୍ତି ନେଇଥିଲେ ସେ ବି ଚାଷକୁ ଜୀବିକା ଭାବେ ଗ୍ରହଣ କରିବେ । କିନ୍ତୁ ସଠିକ କୃଷି ସୂଚନାର ଅଭାବ ଚାଷ କାର୍ଯ୍ୟରେ ବାଧକ ସୃଷ୍ଟି କରିଥିଲା । ଫସଲରେ ରୋଗ ଓ ପୋକ ଦମନ ପାଇଁ ଭୁଲ ଔଷଧ ବ୍ୟବହାର ତ କେତେବେଳେ ଔଷଧର ପରିମାଣ ଅଧିକ ହେବା କାରଣରୁ କ୍ଷତି ଅଧିକ ଓ ଅମଳ କମ ହେଉଥିଲା ।

ସେ ପ୍ରାୟ ୭ ବର୍ଷ ହେଲା ଚାଷ କରିଆସୁଛନ୍ତି । ସେ ସମୁଦାୟ ସାଢେ ୪ ଏକର ଜମିରୁ ଦେଢ ଏକର ଜମି ଲିଜରେ ନେଇଛନ୍ତି । ତାଙ୍କ ଜମିରେ କେନାଲ ପାଣିର ସୁବିଧା ଥିବାରୁ ସେ ବର୍ଷକୁ ଦୁଇ ଥର ୨ ଏକର ଜମିରେ ଧାନଚାଷ କରିଥାନ୍ତି । ଅନ୍ୟ ଅଢେଇ ଏକର ଜମିରେ ପନିପରିବା ଯଥା ଆଳୁ, ପିଆଜ, ଭେଣ୍ଡି, ଲଙ୍କା, ବାଇଗଣ, ବିଲାତି, କଖାରୁ ତଥା ଲାଉ ଇତ୍ୟାଦି ଚାଷ କରିଥାନ୍ତି । ଏଥି ସହ ତାଙ୍କ ପାଖରେ ୩ଟି ଗାଈ, ୭ଟି ବାଛୁରୀ ଏବଂ ୨ଟି ବଳଦ ମଧ୍ୟ ଅଛନ୍ତି ।

ଗତ ବର୍ଷ ଖରିଫ ଋତୁରେ ସେ ଅଧ ଏକର ଜମିରେ ବାଇଗଣ ଚାଷ କରିଥିଲେ । ଏଥିରେ ଫଳବିନ୍ଧା ଓ କାଣ୍ଡବିନ୍ଧା ପୋକ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା । ଏହି ସମୟରେ ସେ ରିଲାଏନ୍ସ ଫାଉଣ୍ଡେସନ ଦେୟ ମୁକ୍ତ ନମ୍ବର ୧୮୦୦-୪୧୯-୮୮୦୦ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏଠାକୁ କଲ କରି ସେ କୃଷି ବିଶେଷଜ୍ଞ ପରାମର୍ଶ ନେଇ ସେ ୭ କୁଇଣ୍ଟାଲ ବାଇଗଣ ଅମଳ କରିପାରିଥିଲେ । କେଜି ପ୍ରତି ୩୦ ଟଙ୍କା ଦରରେ ସମୁଦାୟ ୨୧ ହଜାର ଟଙ୍କାରେ ବଜାରରେ ବିକ୍ରି କରିଥିଲେ । ସେଇଦିନଠାରୁ ନିଜର ସମସ୍ତ ଚାଷ ସମସ୍ୟା ପାଇଁ ସେ ରିଲାଏନ୍ସ ଫାଉଣ୍ଡେସନର ସହାୟତା ଲୋଡୁଛନ୍ତି । ମୋବାଇଲ ଭଏସ୍ ମେସେଜ୍‌, ହ୍ୱାଟସ୍‌ଆପ୍ ମେସେଜ ମାଧ୍ୟମରେ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ନିଶୁଳ୍କ ହେଲ୍ପଲାଇନରେ ବିଶେଷଜ୍ଞ ସହ ସିଧାସଳଖ ପରାମର୍ଶ ନେଉଛନ୍ତି ।

ସେହିପରି ଗତବର୍ଷ ରବି ରିତୁରେ ସେ ଅଧ ଏକର ଜମିରେ ପ୍ରଥମ କରି ଆଳୁ ଚାଷ କରିବା ପାଇଁ ନିସ୍ପତି ନେଇଥିଲେ । କିନ୍ତୁ ଆଳୁ ଚାଷରେ ତାଙ୍କର କୌଣସି ଅଭିଜ୍ଞତା ନଥିବାରୁ ସେ ସାର ପ୍ରୟୋଗଠାରୁ ଆରମ୍ଭ କରି ସମସ୍ତ ରୋଗ ଏବଂ ପୋକର ନିୟନ୍ତ୍ରଣ ଲାଗି ରିଲାଏନ୍ସ ଫାଉଣ୍ଡେସନର ବିଶେଷଜ୍ଞଙ୍କ ସହାୟତା ନେଇଥିଲେ । ସେମାନଙ୍କ ପରାମର୍ଶ ପରେ ଆଳୁ ଚାଷ କରି ୧୦ କ୍ୱିଣ୍ଟାଲ ଆଳୁ ଅମଳ କରିପାରିଛନ୍ତି ।

ସେହିପରି ଗତବର୍ଷ ରବି ରିତୁରେ ଗୁଣ୍ଠେ ଜାଗାରେ ଲାଉ ଚାଷ କରିଥିଲେ ସେଥିରେ ଅଣ୍ଡିରା ଫୁଲ ଫୁଟୁଥିଲା ଯାହା ଫଳରେ ପରାଗ ସଂଗମ ଠିକ ସେ ହୋଇନପାରି ଫୁଲ ଏବଂ ଫଳକଷି ଝଡିଯାଉଥିଲା। ଫାଉଣ୍ଡେସନର କୃଷି ବିଶେଷଜ୍ଞଙ୍କ ପରାମର୍ଶ ପରେ ସେ ସାର ପ୍ରୟୋଗ କରିଥିଲେ । ବର୍ତ୍ତମାନ ସୁଦ୍ଧା ୨୦୦ ଟି ଲାଉ ଗୋଟା ପ୍ରତି ୧୦ ଟଙ୍କା ଦରରେ ସମୁଦାୟ ୨,୦୦୦ ଟଙ୍କାରେ ବଜାରରେ ବିକ୍ରି କରିପାରିଛନ୍ତି । ବର୍ତ୍ତମନ ସେ ଅଧ ଏକର ଜାଗାରେ ବିଲାତି ଚାଷ କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନ ଅନୁଗୁଳ ଜିଲ୍ଲାର ଚାଷୀ ଭାଇମାନଙ୍କୁ ଏକ ହ୍ୱାଟ୍ସଆପ୍ ଗ୍ରୁପ ଖୋଲାଯାଇଛି । ସେଥିରେ ପ୍ରାୟ ଅଢେଇ ଶହ ଚାଷୀ ଭାଇ ସଦସ୍ୟ ରହିଛନ୍ତି । ଗୋପାଳନ, ଚାଷ ସମ୍ବନ୍ଧୀୟ ସମସ୍ୟାର ଫୋଟୋ କିମ୍ବା ଲେଖା ପଠାଇଲେ ସେହି ଗ୍ରୁପରେ ଥିବା ପ୍ରାଣୀ ଚିକିତ୍ସକ, କୃଷି ବିଶେଷଜ୍ଞମାନଙ୍କଠାରୁ ସାଙ୍ଗେ ସାଙ୍ଗେ ତାର ଉତ୍ତର ପାଇପାରୁଛନ୍ତି । ଏସବୁ ସୁବିଧା ପାଇଁ ସରୋଜ ରିଲାଏନ୍ସକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.