Latest Odisha News

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୁତ୍ତ

ସୋରୋ: ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର ମଲ୍ଲିକକୁ ବାଲିଛନ୍ଦା ଘାଟ ଘରୁ ଧରି ଅଟୋରେ ଫେରୁଥିଲେ । ଏତିକିବେଳେ ବାଟରେ ଅଭିଯୁକ୍ତର ପରିବାର ଲୋକେ ପୋଲିସକୁ ଆକ୍ରମଣ କରିଥିଲେ  । ଏବଂ ଅଭିଯୁକ୍ତ ବଂଶୀଧରକୁ ଛଡ଼ାଇ ନେଇଥିଲେ ।

ଆକ୍ରମଣରେ ଅନନ୍ତପୁର ଫାଣ୍ଡି କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ସିଂଙ୍କ ହାତ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆକ୍ରମଣକାରୀ ଫାଣ୍ଡି ସବ୍ ଇନ୍ସପେକ୍ଟର ଅଶୋକ ମହାନ୍ତିଙ୍କ ମୋବାଇଲକୁ ଛଡାଇ ନେଇଛନ୍ତି  । ଆହତ କନେଷ୍ଟବଳଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ସବ ଇନ୍ସପେକ୍ଟରଙ୍କ ମୋବାଇଲକୁ ସୋର ଥାନା ପୋଲିସ ଉଦ୍ଧାର କରିଛି  ।  ସେପଟେ ସୋର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି  ।

Leave A Reply

Your email address will not be published.