Latest Odisha News

BREAKING NEWS

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍ ପଡିଲା ‘ପାଟଣାଗଡ଼’

ଭୁବନେଶ୍ବର: କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ‘ପଟଣାଗଡ଼’ ଏଥିରୁ ବାଦ୍ ପଡିଛି ।

ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ ।
‘ପାଟଣାଗଡ଼’ ୨୫ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା । ଏହି ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ କୋଲକାତା ଠାରେ ଆୟୋଜିତ ହେବ।

ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ସୌମ୍ୟ ଶେଖର ସାହୁଙ୍କ ପରିବାର ବର୍ଗ ଏହି ଚଳଚ୍ଚିତ୍ରର ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା ଓ ନିର୍ଦ୍ଦେଶକ ରାଜେଶ ଟଚ୍‌ରିଭରଙ୍କ ବିରୋଧରେ ଲିଗାଲ ନୋଟିସ ପଠାଇଥିବା ପରେ ଆୟୋଜକ ଏହି ଫିଲ୍ମକୁ ସ୍କ୍ରିନିଙ୍ଗ କରାଯିବାରୁ ବାଦ କରିଛନ୍ତି ।

ମୃତ ସୌମ୍ୟଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ଯେ, ଏହି ଚଳଚ୍ଚିତ୍ରର ନିର୍ମାଣ ବାବଦରେ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ କେହି ହେଲେ ସେମାନଙ୍କୁ ଅବଗତ କରାଇ ନାହାନ୍ତି।

ଓଡ଼ିଆ, ହିନ୍ଦୀ ଓ ତେଲଗୁ- ଏକକାଳୀନ ତିନିଟି ଭାଷାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ଆସନ୍ତା ନଭେମ୍ବର ୮ ତାରିଖରେ ରିଲିଜ୍‌ ହେବ।

Leave A Reply

Your email address will not be published.