Latest Odisha News

BREAKING NEWS

ବାନ୍ଧି ଦେଲେ ହାତଗାେଡ଼,ବିନା ଆନାସ୍ଥେସିଆରେ କଲେ ବନ୍ଧ୍ୟାକରଣ ଅପରେସନ

ବିନା ଆନାସ୍ଥେସିଆରେ ହେଲା ମହିଳାଙ୍କର  ଅପରେସନ । ଜୋରଜବରଦସ୍ତ ହାତ ଗୋଡ ଧରି ମୁହଁ ବନ୍ଦ କରିକି କରାଗଲା ବନ୍ଧ୍ୟାକରଣ ଅପରେସନ । ଏମିତି ଘଟଣା ଘଟିଛି ବିହାରର ଖାଗଡିଆ ଜିଲ୍ଲାରେ ।

ଏହି ଜିଲ୍ଲାର ଅଲୋଲି କମ୍ୟୁନିଟି ହେଲଥ ସେଣ୍ଟରରେ  ପରିବାର ନିୟନ୍ତ୍ରଣ ଯୋଜନାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଉଥିଲା । ଏହି ଅସ୍ତ୍ରୋପଚାର ପାଇଁ ଅନେକ ମହିଳା ଆସିଥିଲେ । ହେଲେ ମହିଳାମାନଙ୍କର ଅସ୍ତ୍ରୋପଚାର ଯେପରି ଅମାନବୀୟ ଭାବେ କରାଗଲା ତାହା ବିହାର  ସ୍ୱାସ୍ଥ୍ୟ ବ୍ୟବସ୍ଥା  ପ୍ରତି ଅଙ୍ଗୁଳି ଉଠାଇବାକୁ ବାଧ୍ୟ କରିଛି ।

ଆସିଥିବା ମହିଳାମାନଙ୍କର ବିନା ନିଶା ଇଞ୍ଜେକସନରେ   ଅପରେସନ କରାଯାଇଥିଲା । ମହିଳା ମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ  । ହେଲେ କେହି ତାଙ୍କ କଥା ଶୁଣୁ ନ ଥିଲେ । ସେମାନଙ୍କର ହାତ ଗୋଡ ଏବଂ ମୁହଁ ବନ୍ଦ କରି ଅପରେସନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।  ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ ଜୋରଜବରଦସ୍ତ ହାତ ଗୋଡ ଧରି ମୁହଁ ବନ୍ଦ କରିକି ଅପରେସନ କରିଥିଲେ ।

ଗ୍ଲୋବାଲ ଡେଭ୍ଲପମେଣ୍ଟ ଇନିସିଏଟିଭ ନାମକ ପ୍ରାଇଭେଟ ଏଜେନ୍ସି ଏହି ଅପରେସନ କରାଇଛି । ଏହା ପୂର୍ବରୁ ବି ବିହାରରେ  ଚିକିତ୍ସା  ଜନିତ ଅବହେଳାର ଦୃଶ୍ୟ ଅନେକ ଦେଖିବାକୁ ମିଳିଛି ।

Leave A Reply

Your email address will not be published.