Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ଟେନିସ: ଦ୍ୱିତୀୟ ରାଉଣ୍ଡରେ ସୁମିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସୁମିତ ନାଗଲ ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ରାଉଣ୍ଡ ମୁକାବିଲାରେ ସୁମିତ ୩୧ତମ ର‌୍ୟାଙ୍କିଙ୍ଗ ପ୍ରାପ୍ତ ଆଲେକଜାଣ୍ଡର ବାବଲିକଙ୍କୁ ୬-୪, ୬-୨ ଓ ୭-୬ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ୨୦୧୩ରେ ସୋମଦେବ ଦେବବର୍ମନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ । ୧୯୮୯ ପରେ ଭାରତର ପ୍ରଥମ ଖେଳାଳି ମାନ୍ୟତାପ୍ରାପ୍ତ ଟେନିସ ଖେଳାଳିଙ୍କୁ ସିଙ୍ଗଲ୍ସ ମୁକାବିଲାରେ ପରାସ୍ତ କରିଛନ୍ତି । ୧୯୮୯ରେ ରମେଶ କ୍ରିଷ୍ଣନ ଦ୍ୱିତୀୟ ରାଉଣ୍ଡରେ ସ୍ୱୀଡେନର ମ୍ୟାଟସ ୱିଲେଣ୍ଡରଙ୍କୁ ପରାସ୍ତ କରିଥିଲେ ।

୨୦୨୦ରେ ସୁମିତ ୟୁଏସ ଓପନ ମୂଖ୍ୟ ଡ୍ରରେ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଥିଲେ । ସେ ୭ମ ଥର ପାଇଁ ର‌୍ୟାଙ୍କିଙ୍ଗ ୧୦୦ ମଧ୍ୟରେ ସାମିଲ ଥିବା ଖେଳାଳିଙ୍କୁ ହରାଇଛନ୍ତି । ପ୍ରଥମ ୨ଟି ସେଟରେ ସୁମିତ ଚମତ୍କାର ପ୍ରଦର୍ଶନ କରିଥିଲେ । ତେବେ ତୃତୀୟ ସେଟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଡା ସଂଘର୍ଷ କରିଥିଲେ । ତେବେ ଏହାକୁ ୭-୬ରେ ଜିତି ସେ ବାଜି ମାରିଥିଲେ ।

Leave A Reply

Your email address will not be published.