Latest Odisha News

BREAKING NEWS

Identical Quadruplets: ୨ କି ୩ ନୁହେଁ… ଏକାସାଙ୍ଗରେ ଜନ୍ମକଲେ ୪ ଝିଅ! ଅବିକଳ ଦେଖିବାକୁ ପୂରା ଏକା…

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ, ଡାକ୍ତର…ସମସ୍ତେ ଚକିତ!

ଏକାସାଙ୍ଗରେ ଜନ୍ମ ନେଲେ ଅବିକଳ ୪ ଝିଅ!

ବିଜ୍ଞାନ ଯାହାକୁ ‘ଅତ୍ୟନ୍ତ ଦୁର୍ଲଭ’ କହୁଛି, ତାହା ଅଷ୍ଟ୍ରେଲିଆରେ ସତରେ ଘଟିଛି। ଅଷ୍ଟ୍ରେଲିଆର ୩୪ ବର୍ଷୀୟା ଜେନିଟର ସାଉ ନାଆମୋଆନା ଏକାଥରେ ଚାରିଜଣ ଅବିକଳ ଦେଖାଯାଉଥିବା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇ ସାରା ବିଶ୍ୱର ଚିକିତ୍ସା ବିଜ୍ଞାନକୁ ଆଶ୍ଚର୍ଯ୍ୟ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଏହି ଚାରି ଶିଶୁ ଗୋଟିଏ ଫର୍ଟିଲାଇଜଡ୍ ଡିମ୍ବାଣୁ ଚାରି ଭାଗରେ ବିଭକ୍ତ ହେବାରୁ ଜନ୍ମ ନେଇଛନ୍ତି। ଚିକିତ୍ସା ବିଜ୍ଞାନରେ ଏପରି ଘଟଣା ପ୍ରାୟ ୧ କୋଟି ୫୦ ଲକ୍ଷ ଗର୍ଭଧାରଣରେ ଘଟଣାରେ ମାତ୍ର ଥରେ ଘଟେ ବୋଲି ଆକଳନ କରାଯାଏ।

କ୍ୱିନ୍ସଲ୍ୟାଣ୍ଡର ରୟାଲ ବ୍ରିସବେନ ଆଣ୍ଡ ୱିମେନ୍ସ ହସ୍ପିଟାଲରେ ଜୁଲାଇ ୧୪ ତାରିଖରେ ସିଜେରିଆନ୍ ଅପରେସନ୍ ମାଧ୍ୟମରେ ଏମିଲି, ହ୍ୟାରିଏଟ୍, କ୍ୟାଥରିନ୍ ଓ ଆଲେକ୍ସା ନାମକ ଚାରି ଝିଅ ଜନ୍ମ ହୋଇଛନ୍ତି । ତେବେ ପୂର୍ବରୁ ଜେନିଟର ଓ ତାଙ୍କ ସ୍ୱାମୀ ଜୋର୍ଥମଙ୍କର ୪ ଜଣ ସନ୍ତାନ ଥିବାବେଳେ ସେମାନଙ୍କର ଆଉ ସନ୍ତାନ ଜନ୍ମ ଦେବାର କୌଣସି ଯୋଜନା ନଥିଲା। କିନ୍ତୁ ପ୍ରାକୃତିକ ଭାବେ ଗର୍ଭଧାରଣ ହେବା ପରେ ଜାଣିବାକୁ ପାଇଥିଲେ ଯେ ସେମାନେ ଏକାଥରେ ୪ ସନ୍ତାନଙ୍କୁ ସ୍ୱାଗତ କରିବେ। ବର୍ତ୍ତମାନ ଏହି ଦମ୍ପତି ୮ ସନ୍ତାନର ବାପା-ମା’ ହୋଇଛନ୍ତି। ଯାହାକୁ ନେଇ ସୋସିଆଲ୍ ମିଡିଆରେ ଜେନିଟର ଏହାକୁ ତାଙ୍କ ଜୀବନର ସବୁଠାରୁ ବଡ଼ ଚମତ୍କାର ବୋଲି ବର୍ଣ୍ଣନା କରିଛନ୍ତି।

ତେବେ ଡେଲିଭରି କରାଇଥିବା ଡାକ୍ତର ବେଣ୍ଡାଲ କହିଛନ୍ତି, ଚାରିଟି ଭ୍ରୂଣ ଗୋଟିଏ ପ୍ଲାସେଣ୍ଟା ଭାଗ କରୁଥିବାରୁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ଗର୍ଭାବସ୍ଥା ଥିଲା। ସମୟ ପୂର୍ବରୁ ପ୍ରସବ, ଗର୍ଭପାତ କିମ୍ବା ଜନ୍ମଗତ ସମସ୍ୟାର ଆଶଙ୍କା ଥିବାରୁ ଜେନିଟରଙ୍କୁ ୨୫ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ ୨୮ ସପ୍ତାହ ୪ ଦିନରେ ସଫଳ ପ୍ରସବ ହୋଇଥିଲା। ବର୍ତ୍ତମାନ ଚାରି ଶିଶୁଙ୍କୁ ନବଜାତ ସ୍ୱତନ୍ତ୍ର ଚିକିତ୍ସା ୟୁନିଟ୍ (NICU)ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବାବେଳେ ମା’ ମଧ୍ୟ ସୁସ୍ଥ ଅଛନ୍ତି। ଚିକିତ୍ସକମାନଙ୍କ କହିବା ଅନୁସାରେ, ଏପରି ଘଟଣା କେବଳ ଅଷ୍ଟ୍ରେଲିଆ ନୁହେଁ, ବିଶ୍ୱ ଚିକିତ୍ସା ବିଜ୍ଞାନ ପାଇଁ ମଧ୍ୟ ଏକ ବିରଳ ରେକର୍ଡ ସଦୃଶ।

ତେବେ ଭାରତର ହରିୟାଣାରେ ମଧ୍ୟ ଜଣେ ମହିଳା ୪ ଦିନରେ ୪ ଶିଶୁଙ୍କୁ ଜନ୍ମ ଦେଇଥିଲେ ।

Leave A Reply

Your email address will not be published.