Latest Odisha News

କଙ୍ଗନାଙ୍କୁ ଲିଗାଲ ନୋଟିସ ପଠାଇଲେ ଦିଦ୍ଦା ଲେଖକ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନର ରାନାୱତଙ୍କୁ ଦିଦ୍ଦାର ଲେଖକ ଆଶୀଷ କୌଲ ଲିଗାଲ ନୋଟିସ ପଠାଇଛନ୍ତି । ୭୨ ଘଂଟା ମଧ୍ୟରେ କଙ୍ଗନା ଜବାବ ଦେବାକୁ ଉକ୍ତ ନୋଟିସରେ ଲେଖାଯାଇଛି । ମଣିକର୍ଣ୍ଣିକା ରିଟର୍ଣ୍ଣ-ଦି ଲିଜେଣ୍ଡ ଅଫ ଦିଦ୍ଦା ଫିଲ୍ମ ଘୋଷଣା କରିବା ପରଠାରୁ କଙ୍ଗନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଦ୍ଦା ଦି ୱାରିୟର କୁଇନ ଅଫ କାଶ୍ମର ପୁସ୍ତକ ଲେଖିଥିଲେ । ଏହାର କପିରାଇଟ ତାଙ୍କ ପାଖରେ ରହିଛି । ମାତ୍ର କଙ୍ଗନା ଫିଲ୍ମ ଘୋଷଣା କରିବା ପରଠାରୁ ଏ ନେଇ ତାଙ୍କ ଅନୁମତି ନେଇଥିଲେ କିମ୍ବା ଆଲୋଚନା ମଧ୍ୟ କରି ନ ଥିଲେ । ଯାହାକୁ ନେଇ ସେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଲକଡାଉନ ସମୟରେ ପୁଂଚର ଏହି ରାଜକୁମାରୀଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ନେଇ କଙ୍ଗନାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେତେବେଳେ ସେ ଏ ନେଇ କିଛି କହି ନ ଥିବା ବେଳେ ଏବେ ହଠାତ୍ ଫିଲ୍ମ ଘୋଷଣା କରିବା ଠିକ୍ ହୋଇ ନାହିଁ । ଏବେ ମୁଁ ରିଲାଏନ୍ସ ଏଂଟରଟେନମେଂଟ ସହ ଫିଲ୍ମ ପ୍ରସ୍ତୁତ ନେଇ ଆଲୋଚନା କରୁଛି ବୋଲି ଆଶୀଷ କହିଛନ୍ତି ।

Leave A Reply

Your email address will not be published.