Latest Odisha News

BREAKING NEWS

୨୧ରୁ ପୁରୀରେ କୋଭିଡ ନେଗେଟିଭ ରିପୋର୍ଟ ବିନା ଦର୍ଶନ

ପୁରୀ: ଆଗାମୀ ୨୧ ତାରିଖରୁ ପୁରୀରେ କୋଭିଡ ରିପୋର୍ଟ ବିନା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏନେଇ ରବିବାର ଦିନ ଜିଲ୍ଲାପାଳଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ପୂର୍ବ ନିଷ୍ପତି ଅନୁସାରେ ଏସଓପିକୁ କୋହଳ କରାଯାଇ ଦର୍ଶନ ବ୍ୟବସ୍ଥା ହେବ। ବ୍ୟବସ୍ଥା ମୁତାବକ ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରି ରହିବ। ତେବେ ସକାଳ ୬ରୁ ୭ଟା ପୁରୀ ବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଥିବା ବେଳେ ପୁରୀ ବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ।

ଏଥିସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନ ର ବ୍ୟବସ୍ଥା କରାଯିବାକୁ ଥିବାବେଳେ ୨୧ତାରିଖ ଠାରୁ ନେଗେଟିଭ ରିପୋର୍ଟ ଦର୍ଶନ ପାଇଁ ବାଧ୍ୟତା ମୂଳକ ନୁହେଁ।

ସେହିପରି ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରଖାଯିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ସେହିଦିନ ଶ୍ରୀମନ୍ଦିର ସାନିଟାଇଜ କରାଯିବ।

ତେବେ ଗତ ୨୬ତାରିଖରୁ ଆଜି ପର୍ଯ୍ୟନ୍ତ ୧ଲକ୍ଷ ୨୫ହଜାର ୪୧୧ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ପାଇଥିବା ବେଳେ ଆଗାମୀ ଦିନରେ ୨୧ତାରିଖ ରୁ ପ୍ରତିଦିନ ପାଖାପାଖି ୩୦ହଜାର ଭକ୍ତ ଦର୍ଶନ କରିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହାବ୍ୟତୀତ ଯଦି ଅଧିକ ଭକ୍ତ ଆସନ୍ତି ତା’ହେଲେ ସ୍ୱତନ୍ତ୍ର ବନ୍ଦବସ୍ତ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.