Latest Odisha News

BREAKING NEWS

ଯୁଦ୍ଧ ମଧ୍ୟରେ ମହଙ୍ଗା ମାଡ଼: ଖାଦ୍ୟ ଓ ଇନ୍ଧନ ଦରରେ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱ ସ୍ତରରେ ଜାରି ରହିଥିବା ଅସ୍ଥିରତା ଏବଂ ମଧ୍ୟ-ପ୍ରାଚ୍ୟରେ ଇରାନ-ଆମେରିକା ମଧ୍ୟରେ ବଢୁଥିବା ତିକ୍ତତା ଯୋଗୁଁ ଭାରତରେ ପାଇକାରୀ ମୁଦ୍ରାସ୍ଫୀତି (WPI) ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ପାଇକାରୀ…

ସୁନା ଦରରେ ହଟଚମଟ: ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନା ଓ ରୂପା ମୂଲ୍ୟ

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଡଲାରର ମୂଲ୍ୟରେ ପରିବର୍ତ୍ତନ ଯୋଗୁଁ ସୁନା ଓ ରୂପା ଦରରେ ଅସ୍ଥିରତା ଲାଗି ରହିଛି। ଆଜି (୧୪ ମେ ) ଭାରତୀୟ ସରାଫା ବଜାରରେ ସୁନା ଦରରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ​୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା…

ଟାୟାରରେ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ: ସାଇବର ଟାୟାର କ’ଣ ଏବଂ ଏହା କିଭଳି କାମ କରେ?

ଭୁବନେଶ୍ୱର: ଆଗାମୀ ଦିନରେ କେବଳ ଆପଣଙ୍କ ଗାଡ଼ି ନୁହେଁ, ବରଂ ଗାଡ଼ିର ଟାୟାର ମଧ୍ୟ ସ୍ମାର୍ଟ ହେବାକୁ ଯାଉଛି। ବଦଳୁଥିବା ସମୟ ସହିତ ଅଟୋମୋବାଇଲ୍ ଦୁନିଆରେ 'ସାଇବର ଟାୟାର' ଟେକ୍ନୋଲୋଜିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା କେବଳ ଏକ ରବର ଚକ ନୁହେଁ, ବରଂ ଏଥିରେ ଲାଗିଥିବା ସେନସର ଏବଂ AI…

କାଳବୈଶାଖୀର କରାଳ ରୂପ: ରାତି ହେଲେ ବଦଳୁଛି ପାଣିପାଗ, ୧୮ ଯାଏଁ ୧୨ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରକୃତିର ଦ୍ୱିବିଧ ରୂପ ଦେଖିବାକୁ ମିଳୁଛି। ଦିନରେ ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ସନ୍ଧ୍ୟା ନଇଁଲେ କାଳବୈଶାଖୀର ତାଣ୍ଡବ ସବୁକିଛି ଛିନଛତ୍ର କରିଦେଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା…

ଆମେରିକା ସହ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତରେ ଇରାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧର ଆଶଙ୍କା ଘନେଇଥିବା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚୀ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ଆମେରିକା ଏବଂ ଇସ୍ରାଏଲ୍ ସହ ଇରାନର ସମ୍ପର୍କ ଅତ୍ୟନ୍ତ ତିକ୍ତତାପୂର୍ଣ୍ଣ ସ୍ଥିତିରେ ଥିବା ବେଳେ, ଅରାଘଚୀଙ୍କ ଏହି ଭାରତ ଗସ୍ତକୁ…

ନିଟ୍ ପେପର ଲିକ୍ ବିବାଦ: କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ବିଜୟ; ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି

ନୂଆଦିଲ୍ଲୀ/ଚେନ୍ନାଇ: ଦେଶର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ (NEET-UG) ୨୦୨୬କୁ ନେଇ ଚାଲିଥିବା ବିବାଦ ଏକ ନୂଆ ମୋଡ଼ ନେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗତ ମେ' ୩ ତାରିଖରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାକୁ ବାତିଲ…

ଘରକୁ ଅତିଥି ଆସିଲେ କାହିଁକି ଦିଆଯାଉଥିଲା ମିଠା?

ଭୁବନେଶ୍ୱର: ଆମ ଘରଗୁଡ଼ିକରେ ପୁରୁଣା ଦିନରେ ଯେତେବେଳେ କୌଣସି ଅତିଥି ଘରକୁ ଆସୁଥିଲେ, ସେମାନଙ୍କୁ କେବଳ ପାଣି ନୁହେଁ, ପାଣି ସହ ଟିକେ ମିଠା ମଧ୍ୟ ଦିଆଯାଏ । କେଉଁଠି ମିଶ୍ରି, କେଉଁଠି ଗୁଡ଼ ତ କେଉଁଠି ମିଠା ଦେବାର ପରମ୍ପରା ଥିଲା। ଆଜିକାଲି ଏହି ପ୍ରଥା ଧୀରେଧୀରେ କମିଯାଉଥିଲେ ମଧ୍ୟ, ଏହା…

ତାମିଲନାଡୁ ରାଜନୀତିରେ ଭୂକମ୍ପ: ବିଜୟଙ୍କ TVK ସରକାରକୁ ସମର୍ଥନ କଲେ AIADMK ର ୩୦ ବିଧାୟକ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖାଦେଇଛି। ପୂର୍ବତନ ମନ୍ତ୍ରୀ ସି.ଭି. ଷଣ୍ଢମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱରେ AIADMKର ଏକ ବିଦ୍ରୋହୀ ଗୋଷ୍ଠୀ ସୁପରଷ୍ଟାର ବିଜୟଙ୍କ ନୂତନ ସରକାରକୁ ସମର୍ଥନ ଘୋଷଣା କରିଛନ୍ତି।…

NEET UG 2026 ପରୀକ୍ଷା ବାତିଲ: ପୁଣିଥରେ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା, CBI ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାରା ଦେଶର ମେଡିକାଲ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଜାତୀୟ ପରୀକ୍ଷା ସଂସ୍ଥା (NTA) ଗତ ମେ' ୩ ତାରିଖରେ ଅନୁଷ୍ଠିତ ହୋଇଥିବା NEET UG 2026 ପରୀକ୍ଷାକୁ ବାତିଲ କରିଦେଇଛି। ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଏହି ପଦକ୍ଷେପ…

ଦିଲ୍ଲୀରେ ଦୁଇ ମହିଳାଙ୍କୁ ଅସଦାଚରଣ: ଚା’ ପିଉଥିବା ସମୟରେ ଡ୍ରେସ ଫାଢ଼ିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ସକାଳ ପ୍ରାୟ ୬:୩୦ ସମୟରେ ଦକ୍ଷିଣ-ପୂର୍ବ ଦିଲ୍ଲୀର ନେହେରୁ ପ୍ଲେସ୍ ଅଞ୍ଚଳରେ ଦୁଇ ମହିଳାଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। …