Latest Odisha News

BREAKING NEWS

ଆସାମରେ ବଢ଼ୁଛି ଜାପାନିଜ ଏନସେଫାଲାଇଟିସ ଆତଙ୍କ, ଗୋଟିଏ ମାସରେ ନେଲାଣି ୨୭ ଜୀବନ

ଗୌହାଟି: ଶନିବାର ଆସାମରେ ଜାପାନିଜ ଏନସେଫାଲାଇଟିସରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ, ଏହି ରୋଗ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଚଳିତ ମାସରେ ୨୭କୁ ବୃଦ୍ଧି ପାଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଶନିବାର ଏହି ସୂଚନା ଦେଇଛନ୍ତି। ଶନିବାର ରାଜ୍ୟରେ ନଅଟି ନୂଆ ମାମଲା…

କ’ଣ ଏହି ‘ରାବିଡି ଯୋଜନା’, ଯାହାକୁ ନେଇ ମୋଦୀଙ୍କୁ ଜବାବ ଦେଲେ କେଜ୍ରିଓ୍ୱାଲ

ଲକ୍ଷ୍ନୌ: ଦେଶର ଭବିଷ୍ୟତ ନଷ୍ଟ କରୁଛି 'ରାବିଡି' ଯୋଜନା । ନିର୍ବାଚନ ବେଳେ ରାଜନୈତିକ ଦଳଙ୍କର ମାଗଣା ଯୋଜନାକୁ 'ରାବିଡି ଯୋଜନା' ସହ ତୁଳନା କରି ୟୁପିର ବୁନ୍ଦେଲଖଣ୍ଡର ଏକ୍ସପ୍ରେସ ଓ୍ୱେ ଉଦଘାଟନ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ରାଜନୈତିକ ଦଳ ମାଗଣା ଯୋଜନା ଜରିଆରେ ଭୋଟ୍…

ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ବିରୋଧୀଙ୍କ ଆଭିମୁଖ୍ୟ ଆଜି ହୋଇପାରେ ସ୍ପଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରି ଯେଉଁ ଚକମା ବିରୋଧୀଙ୍କୁ ଦେଇଛି ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାଁ ଘୋଷଣା କରି ବିଜେପି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଏବଂ…

କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ବସିବ ବିଜେପି ସଂସଦୀୟ ଦଳ ବୈଠକ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ। ଏହି ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି। ୨୦୧୭ରେ ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ଏମ୍…

ବିଧାନସଭାରେ ଉଠିଲା କାଶୀପୁରରେ ୫ ଜଣଙ୍କ ମୃତ୍ୟୁ ଘଟଣା

ଭୁବନେଶ୍ୱର: ବିଧାନସଭାରେ ଉଠିଲା ରାୟଗଡା ଜିଲ୍ଲା କାଶୀପୁରରେ ଡାଇରିଆରେ ୫ ଜଣଙ୍କ ମୃତ୍ୟୁ ଘଟଣା । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅଖାଦ୍ୟ ଖାଇ ଲୋକଙ୍କର ମୃତ୍ୟୁ ଘଟୁଠି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ନେଇ ରିପୋର୍ଟ ଆସିଥିବ।…

ରାଷ୍ଟ୍ରପତି ନିର୍ବାଚନ: ସଂସଦରେ ଭୋଟ୍ ଦେଇନପାରିଲେ ବିଧାନସଭାରେ ଭୋଟ୍ ଦେଇପାରିବେ ସାଂସଦ

ଭୁବନେଶ୍ୱର: ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ବିଭିନ୍ନ ରାଜ୍ୟରେ ଥିବା ବିଧାନସଭା ଏବଂ ସଂସଦରେ ବିଧାୟକ ଓ ସାଂସଦମାନେ ଭୋଟ୍ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ବିଧାୟକ ଓ ସାଂସଦମାନେ ନିଜ ନିଜ ରାଜ୍ୟରେ ଥିବା ବିଧାନସଭା ଏବଂ…

କରୋନା ବଢ଼ିବା ପରେ ସତର୍କ କରାଇଲେ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ୱାମୀନାଥନଙ୍କ ଟୁଇଟ ଏବେ ପୁଣିଥରେ ସତର୍କ କରାଇଛି।କରୋନା ଭାଇରସର ନୂଆ ଭାରିଆଣ୍ଟ ବାହାରିବା, ହସ୍ପିଟାଲରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିହେବାକୁ ନେଇ କରୋନାର ନୂଆ ଲହର ପାଇଁ ପ୍ରସ୍ତୁତ…

ସଂସଦରେ ବଡ଼ ଦାୟିତ୍ୱ ତୁଲାଇବେ ବାଜପେୟୀ

ନୂଆଦିଲ୍ଲୀ: କେନ୍ଦ୍ରର ଶାସକ ଦଳ ବିଜେପି ଘୋଷଣା କରିଛି ନିଜ ଦଳର ମୁଖ୍ୟ ସଚେତକ । ପୂର୍ବରୁ ଏହି ପଦରେ ଥିବା ଶିବ ପ୍ରତାପ ଶୁକ୍ଲାଙ୍କ ସ୍ଥାନ ନେବେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ । ତାଙ୍କୁ ରାଜ୍ୟସଭାରେ ଦଳର ନୂଆ ମୁଖ୍ୟ ସଚେତକ କରାଯାଇଛି। ସଂସଦୀୟ ବ୍ୟାପାର…

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବଡ଼ ଅଡୁଆରେ ତିନି ମେଣ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଦଳ ପ୍ରାର୍ଥୀ କାହାକୁ କରିବ ସେ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଅନେକ ନାମ ଉପରେ ଆଲୋଚନା କରିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ଆରମ୍ଭରୁ ଲାଗୁଥିଲା…

ଉଦ୍ଧବଙ୍କୁ କାଉଣ୍ଟର କରିବାକୁ ଫଡନାଭିସ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ ?

ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶୁକ୍ରବାର ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ଭେଟିଛନ୍ତି। ରାଜ ଠାକରେଙ୍କ ବାସଭବନରେ ଉଭୟ ନେତାଙ୍କ ସାକ୍ଷାତ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଦୁଇ ନେତାଙ୍କ…