Latest Odisha News

BREAKING NEWS

ସଉକିଆ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଘରୁ ମିଳିଲା ୪ଟି ଦାମୀ ବାଇକ୍

ଭୁବନେଶ୍ୱର: ଭୁବନେଶ୍ୱରରେ କାର୍ଯ୍ୟରତ ଆର୍ ଆଣ୍ଡ ବି ଡିଭିଜନ୍-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ନଗଦ ୮୪ହଜାର ୫୦୦ ଟଙ୍କା ଜବତ ହୋଇଛି । ଅଜୟ ମିଶ୍ରଙ୍କ ପାଖରେ ରହିଛି ୪ଟି ଦାମୀ ମୋଟରସାଇକେଲ୍ ଓ ଗୋଟିଏ କାର୍…

ବାଇକକୁ ପିଟିଲା ଟ୍ରକ୍, ବାପା-ଝିଅ ମୃତ

ଅନୁଗୋଳ: ବାଇକରେ ଯିବା ବେଳେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣା ନେଲା ବାପା-ଝିଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ଖମାର ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସୁନୀଲ ସାହୁ ଓ ତାଙ୍କ ଝିଅ ସଙ୍ଗୀତା ସାହୁ । ଆଜି ନିଜ ଝିଅକୁ ବାଇକରେ ସାଙ୍ଗରେ ଧରି ସୁନୀଲ…

ଚାଷୀଙ୍କ ପୁଅକୁ 290 କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ: ମଧ୍ୟପ୍ରଦେଶ ଖଣ୍ଡଓ୍ୱାର ଜଣେ ଚାଷୀଙ୍କ ପୁଅ ପ୍ରବୀଣ ରାଠୋରଙ୍କୁ ଆୟକର ବିଭାଗ ସମନ କରିଛି। 290 କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନକୁ ନେଇ ଆୟକର ବିଭାଗ ସମନ କରିଥିବା ସୂଚନା ରହିଛି । ମାର୍ଚ୍ଚ 15 ସୁଦ୍ଧା ଏ ନେଇ ଜବାବ ରଖିବାକୁ କୁହାଯାଇଛି। ଆୟକର ନୋଟିସ ଅନୁଯାୟୀ ମୁମ୍ବାଇ…

ଆଳୁ, ଟମାଟୋ ଦର ନିୟନ୍ତ୍ରଣ କରିବାକୁ ରାଜନୀତିରେ ଆସିନି: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନରେ ଦରଦାମ ଏବେ ଆକାଶ ଛୁଆଁ । ଏ ନେଇ ସରକାର ବିରୋଧରେ ତେଜିବାରେ ଲାଗିଛି ଜନ ଅସନ୍ତୋଷ । ମାର୍ଚ୍ଚ 8ରେ ସଂସଦରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ରବିବାର ବିରୋଧୀଙ୍କୁ ଟାର୍ଗେଟ୍ କରି ଇମ୍ରାନ ଖାନ୍ ପଞ୍ଜାବ ପ୍ରଦେଶ (ପାକିସ୍ତାନ)ରେ…

ଗୋଆର ମୁଖ୍ୟମନ୍ତ୍ରୀ କିଏ ହେବେ ନିଷ୍ପତି ନେଇପାରୁନି ବିଜେପି ?

ପାଣାଜି: ଗୋଆରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଏ ନେଇ ସସପେନ୍ସ ଜାରି ରହିଛି । ବିଧାନସଭା ନିର୍ବାଚନ ଫଳାଫଳର ଚାରି ଦିନ ପରେ ମଧ୍ୟ ବିଜେପି ପ୍ରମୋଦ ସାଓ୍ୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଦ୍ୱିତୀୟ ସୁଯୋଗ ଦେବ ନା ଦଳ ନୂଆ ମୁଖ୍ୟମନ୍ତ୍ରୀ ଆଣିବ ତାହା ସ୍ଥିର କରିନାହିଁ। ଏ ନେଇ…

ଡାକ୍ତର-ରୋଗୀ ପିଟାପିଟି, ହସ୍ପିଟାଲ ଭିତରେ ହାଇଡ୍ରାମା

ଧର୍ମଗଡ଼ (କଳାହାଣ୍ଡି): ହସ୍ପିଟାଲ ଭିତରେ ପିଟାପିଟି । ରୋଗୀ-ଡାକ୍ତର କଳି । ବଚସାରୁ ହାତାହାତି ଯାଏ କଥା ଯାଇଥିଲା । ରୋଗୀଙ୍କୁ ନିସ୍ତୁକ ପିଟିଲେ ଡାକ୍ତର । ହସ୍ପିଟାଲ ବାହାରେ ଓ ଭିତରେ ପିଟାପିଟି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼…

ମାର୍ଚ୍ଚ 27ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ସେବା: ସିନ୍ଧିଆ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ଆସନ୍ତା 27 ତାରିଖରୁ ନିୟମିତ ଭାବେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରବିବାର ଏହା କହିଛନ୍ତି। କୋଭିଡ ସଂକ୍ରମଣ ଯୋଗୁଁ 2020 ମାର୍ଚ୍ଚ 23ରେ…

ସ୍ୱାମୀ ନା ପିଶାଚ: ସ୍ତ୍ରୀକୁ ଜୀଅନ୍ତା ପୋତି ଦେଇଥିଲା

କାମାକ୍ଷାନଗର: ଘରୋଇ କଳିର କରୁଣ ପରିଣତି । ସ୍ୱାମୀର ଉନ୍ମତ୍ତକାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କଲା । ସେତିକିରେ ମନ ବୁଝିଲା ନାହିଁ ଯେ, ଜୀଅନ୍ତା ପୋତି ଦେଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ ଏଭଳି ବର୍ବର ଓ ଅମାନବୀୟ ଘଟଣା ଘଟିଛି ।…

‘ୟୁକ୍ରେନକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି, ନହେଲେ ନାଟୋ ଦେଶରେ ପଡିବ ଋଷ ରକେଟ’

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ସୋମବାର ନାଟୋକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ୟୁକ୍ରେନ ଆକାଶକୁ ନୋ-ଫ୍ଲାଏ ଜୋନ୍ ଘୋଷଣା ନହୁଏ ତେବେ ଋଷିଆର କ୍ଷେପଣାସ୍ତ୍ର ନାଟୋ ଦେଶରେ ପଡିବ। ରବିବାର ୟୁକ୍ରେନର ପଶ୍ଚିମ ସୀମା ନିକଟରେ ଥିବା ନାଟୋ ସଦସ୍ୟ ପୋଲାଣ୍ଡରେ ଋଷର…

ପାରଦ ଉପରମୁହାଁ: ୩୬ ଡ଼ିଗ୍ରୀ ଉପରେ ୧୦ ସହରରେ ତାପମାତ୍ରା

ଭୁବନେଶ୍ୱର: ବଢୁଛି ପାରଦ । ବଢୁଛି ତାତି । ମାର୍ଚ୍ଚରୁ ରାଜ୍ୟରେ ଅସହ୍ୟ ହେଲାଣି ଖରା । ୩୬ ଡିଗ୍ରୀ ଉପରେ ୧୦ଟି ସହରରେ ତାପମାତ୍ରା ରେକର୍ଡ ହୋଇଛି । ୩୮ ଡିଗ୍ରୀ ସହ ଟିଟଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜ୍ୟକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ବାୟୁ ପ୍ରବାହ ଶକ୍ତିଶାଳୀ…