Latest Odisha News

BREAKING NEWS

ଜାନୁଆରୀ ୩୧ ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ ରୁ ଆରମ୍ଭ ହେବ  ଚଳିତ ବର୍ଷ ସଂସଦ ଅଧିବେଶନ ।   ୨୦୨୩ ବଜେଟ୍ ଅଧିବେଶନ ଏପ୍ରିଲ ୬ ‌ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସମୁଦାୟ ୨୭ଟି ବୈଠକ ବସିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି…

ବସରେ ସିରିଡି ଦର୍ଶନ ପାଇଁ ଯାଉଥିଲେ, ପିଟିଦେଲା ଟ୍ରକ; ୧୦ ମୃତ

ମହାରାଷ୍ଟ୍ର: ଆଜି ସକାଳୁ ନାସିକ-ଶିରିଡି ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଶିରିଡି ଦର୍ଶନ ପାଇଁ ଭକ୍ତଙ୍କୁ ନେଇ ଯାଉଥିବା ବସଟି  ଶିରିଡି ରାଜପଥର ପାଥେର ନିକଟରେ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ରେ ପ୍ରାୟ ୪୫ ରୁ ୫୦ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୦ ଜଣଙ୍କର…

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ରାଜଶ୍ରୀଙ୍କ ମୃତଦେହ

କଟକ: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦହେ ଉଦ୍ଧାର । ଗୁରୁଡି ଝାଟିଆ ଜଙ୍ଗଲ ଭିତରୁ ରାଜଶ୍ରୀଙ୍କ ମୃତ ଦେହକୁ ଝୁଲନ୍ତ ଅବସ୍ଥା ଉଦ୍ଧାର କରିଛି ପୋଲିସ । ମୃତଦେହ ରାଜଶ୍ରୀଙ୍କର ବୋଲି ଚିହ୍ନଟ କରିଛି ମଙ୍ଗଳାବାଗ ପୋଲିସ ।ପୂର୍ବରୁ ଏହି ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ…

ବିଜୁ କେବିକେ ଅନୁଦାନକୁ ନେଇ ମୁହାଁମୁହିଁ ହେଲେ ଜିଲ୍ଲାପାଳ-ବିଧାୟକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା। ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଧାୟକ ଓ ଜିଲ୍ଲାପାଳ । କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ…

ଏ ସରକାରୀ ବାବୁ ! ୟାଙ୍କର ତ୍ରିରଙ୍ଗାକୁ ଖାତିର ନାହିଁ…

ଭୁବନେଶ୍ୱର: ତ୍ରିରଙ୍ଗା ଯାହା ନାଁ କାନରେ ପଡିଲେ, ଦେହରେ ଶିହରଣ ସୃଷ୍ଟି ହୁଏ । ହେଲେ ଏଠି ତ୍ରିରଙ୍ଗାକୁ ଏତେ ଅସମ୍ମାନ !  ଫରଫର ଉଡୁଥିବା ତ୍ରିରଙ୍ଗାରେ ଚାଲିଛି ଧୂଳିପୋଛା ! ଯେଉ ତ୍ରିରଙ୍ଗା ଦେଖିଲେ  ଭାରତୀୟଙ୍କ ଛାତି ଗର୍ବରେ ଫୁଲିଯାଏ ତାର ପୁଣି ଏତେ ଅମର୍ଯ୍ୟଦା ! ସୋସିଆଲ ମିଡିଆରେ…

ଗୋଟିଏ ମେଲ ହଜେଇ ଦେଇଛି ଟୁଇଟର କର୍ମଚାରୀଙ୍କ ନିଦ

ନୂଆଦିଲ୍ଲୀ:ଟୁଇଟର କର୍ମଚାରୀଙ୍କ ହୃଦସ୍ପନ୍ଦନ ବଢେଇ ଦେଇଛି ଗୋଟିଏ ମେଲ । ଆଜି ମଧ୍ୟାହ୍ନରେ ପ୍ରତ୍ୟେକ କର୍ମଚାରୀଙ୍କ ପାଖକୁ ଏହି ମେଲ ଆସିଛି । ଏଥିରେ ସିଧା ସିଧା କୁହାଯାଇଛି ଯେ, ଯେତେ ଶିଘ୍ର ପାରୁଛ ନିଜ ଅଫିସର କାମ ସାର । ସଂନ୍ଧ୍ୟା ସୁଦ୍ଧା ନିଜର ଜିନିଷପତ୍ର ଧରି ଡ୍ୟୁଟି ସରିବା ପରେ…

ପ୍ରଚାର ଛାଡି ୧୦ ବର୍ଷ ବାଳକର ଅପରେସନ ପାଇଁ ଓଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଭାଇରାଲ ହେଲା ଭିଡିଓ

ଅଗରତାଲା: କୁହାଯାଏ ଭଗବାନଙ୍କର ସାକ୍ଷାତ ଅବତାର ହେଉଛନ୍ତି ଡାକ୍ତର । ମରଣ ମୁହଁରୁ ଟାଣିଆଣି ନୂଆ ଜୀବନ ଦେଇଥାନ୍ତି । ସେଥିପାଇଁ ତ ରୋଗୀଟି ସବୁଠୁ ଅଧିକ ଭରସା ଡାକ୍ତରଙ୍କ ଉପରେ କରିଥାଏ । ଆଉ ଜଣେ ପ୍ରକୃତ ଡାକ୍ତରଙ୍କ ରକ୍ତରେ ହିଁ ଥାଏ ସେବା ମନୋବୃତ୍ତି ।  ପରିସ୍ଥିତି ଯାହା ବି ହେଉ ନା…

ରାମଚରିତ ମାନସକୁ ନେଇ ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି କହିଲା ଭୋଟ ରାଜନୀତି

ପାଟନା: ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ବୁଧବାର ହିନ୍ଦୁତ୍ୱ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ଘନେଇଛି । ଚନ୍ଦ୍ରଶେଖର ଏକ ବୟାନ ଦେଇ କହିଥିଲେ, ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ଉପରେ ଆଧାରିତ ରାମଚରିତ ମାନସ ସମାଜରେ ଘୃଣା ମନୋଭାବ ସୃଷ୍ଟି କରୁଛି । ଚନ୍ଦ୍ରଶେଖରଙ୍କର ଏହି ବୟାନ ପରେ…

ଜଳଖିଆ ତିଆରି କଲାବେଳେ ଫାଟିଗଲା ସିଲିଣ୍ଡର; ଜଳିଗଲେ ପରିବାରର ୬ ସଦସ୍ୟ

ପାନିପତ: ସକାଳୁ ସକାଳୁ ଛାତି ଥରାଇ ଦେବା ପରି ଘଟଣା । ହରିଆଣାର ପାନିପଥ ଜିଲ୍ଲାରେ ଆଜି ସକାଳୁ ଏକ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପ୍ରସାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପାନିପତର ବିଚପାଡି ଗାଁରେ ଘଟିଛି ଏପରି…

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ: କେତେବେଳେ ରହିଛି କେଉଁ କାର୍ଯ୍ୟକ୍ରମ ?

ଭୁବନେଶ୍ୱର: ହକି ପୁରୁଷ ବିଶ୍ୱକପ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଆଜି ଉଦଘାଟନୀ ଉତ୍ସବ । କମ୍ପୁଛି କଟକ ସହର । ବାରବାଟୀ ଷ୍ଟାଡିୟମରେ ହେବ ଉଦଘାଟନୀ ଉତ୍ସବ । ଉଦ୍‌ଘାଟନୀ ଉତ୍ସବ ଦେଖିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ  ହାପ-ଡେ…