Latest Odisha News

BREAKING NEWS

ରାମଚରିତ ମାନସକୁ ନେଇ ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ; ବିଜେପି କହିଲା ଭୋଟ ରାଜନୀତି

ପାଟନା: ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ବୁଧବାର ହିନ୍ଦୁତ୍ୱ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ଘନେଇଛି । ଚନ୍ଦ୍ରଶେଖର ଏକ ବୟାନ ଦେଇ କହିଥିଲେ, ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ଉପରେ ଆଧାରିତ ରାମଚରିତ ମାନସ ସମାଜରେ ଘୃଣା ମନୋଭାବ ସୃଷ୍ଟି କରୁଛି । ଚନ୍ଦ୍ରଶେଖରଙ୍କର ଏହି ବୟାନ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ତ୍ରୀ ଏପରି କହିବା ସମୟରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ଉପସ୍ଥିତ ଥିଲେ।

ମନ୍ତ୍ରୀ ଚନ୍ଦ୍ରଶେଖର ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଇ କହିଥିଲେ, ରାମଚରିତ ମାନସରେ ଦଳିତଙ୍କୁ ସମାଜ ପାଇଁ ଅଦରକାରୀ ବୋଲି  ବଣ୍ଣର୍ନା କରାଯାଇଛି । ମନୁସ୍ମ:ତି, ରାମଚରିତ ମାନସ ପରି ପୁସ୍ତକ ସମାଜକୁ ବିଭାଜିତ କରୁଛି ।

ଗୋଟିଏ ଦେଶ ଭଲପାଇବା ଏବଂ ଶ୍ରଦ୍ଧାକୁ ନେଇ ମହାନ ହୋଇଥାଏ । ହେଲେ ରାମଚରିତମାନସ ଏବଂ ମନୁସ୍ମୃତି ପରି ପୁସ୍ତକ ସମାଜରେ ଘୃଣା ଏବଂ ବିଭାଜନ ନୀତିର ବୀଜ ପୋତୁଛି । ସେହି କାରଣରୁ ଲୋକେ ମନୁସ୍ମୃ୍ତିକୁ ପୋଡି ଦେଇଥିଲେ । ସେହିପରି ରାମଚରିତ ମାନସରେ ମହିଳା ଏବଂ ଦଳିତଙ୍କ ଶିକ୍ଷାକୁ ବାରଣ କରାଯାଇଥିବାରୁ ଏହା ମଧ୍ୟ ସମାଜରେ ଗ୍ରହଣୀୟ ହୋଇନାହିଁ ।

ଏହାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦଳ ମୁଖପାତ୍ର ସେହଜାଦ ପୁନୱାଲା ଏହାକୁ ଭୋଟବ୍ୟାଙ୍କ ଚାଲ ବୋଲି କହି ସମାଲୋଚନା କରିଛନ୍ତି । ଏକ ଟୁଇଟ କରି ପୁନୱାଲା କହିଛନ୍ତି, ଏହା ପୂର୍ବରୁ ଜଗଦାନନ୍ଦ ସିଂହ ରାମ ଜନ୍ମଭୂମିକୁ  ଘୃଣା ଭୂମି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏବେ ବିହାର ଶିକ୍ଷାମନ୍ତ୍ରୀ ଏପରି କହିବା ସଂଯୋଗ ନୁହେଁ ଭୋଟବ୍ୟାଙ୍କ ଉଦ୍ୟମ ବୋଲି ସେ କହିଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ଆରଜେଡି ପିଏଫଆଇ ଏବଂ ସିମିକୁ ସମର୍ଥନ କରୁଛି କିନ୍ତୁ ଭୋଟ ପାଇଁ ହିନ୍ଦୁ ବିଶ୍ୱାସକୁ କୁଠାରଘାତ କରୁଛି ।’

ଅନ୍ୟପକ୍ଷେ ବିଜେପି ଓବିସି ମୋର୍ଚ୍ଚା ଜାତୀୟ ସାଧାରଣ ସଚିବ ଡକ୍ଟର୍ନିଖିଳ ଆନନ୍ଦ କହିଛନ୍ତି, ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଶିକ୍ଷାମନ୍ତ୍ରୀ ଧାର୍ମିକ ତିକ୍ତତାକୁ ଆଧାର କରି ବକ୍ତିବ୍ୟ ରଖିବା ନିର୍ବୋଧତାର ପରିଚୟ । ଏହା ଆର୍ଜେଡି ମୁସ୍ଲିମ୍ତୁଷ୍ଟିକରଣ ରାଜନୀତି କୁହାଯାଉଛି ।

Leave A Reply

Your email address will not be published.