କବିତା : ଶୂନ୍ୟତା
ସୁଷମା ପରିଜା
ଇଏ କେମିତି ସମୟ!
ସବୁ ଲାଗେ ଅଳିକ ଅଳିକ
ସତ୍ୟ , ଏକ ମାତ୍ର ସତ୍ୟ କେବଳ
ନିତ୍ୟ ଧାବମାନ ମୃତ୍ୟୁର କରାଳ ପଞ୍ଝା ।
ମନ ଭିତରେ କେମିତି ଗୋଟେ
ଘମାଘୋଟ ଲଢେଇର ବେଳା,
ଚାରିଆଡେ ଉଥଳ ପୁଥଳ,
ସତେ କି ଚକ୍ରବାତ ଚାଲିଛି ଏଠି,
ଖାଲି ଢେଉ ଆଉ ଢେଉ , ଦିଗହରା ଜୀବନ,…