Latest Odisha News

BREAKING NEWS

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା…

ପାକିସ୍ତାନ ପାଇଁ ଏୟାର ଇଣ୍ଡିଆର ୪୦୦୦ କୋଟି କ୍ଷତି 

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏୟାର ଇଣ୍ଡିଆର ଆୟ ଉପରେ ସର୍ବାଧିକ ପଡିଛି। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏହି ଏୟାରଲାଇନ୍ସ ଏପ୍ରିଲ୍ ଠାରୁ ଏପର୍ଯ୍ୟନ୍ତ ମାତ୍ର ୬ ମାସ ମଧ୍ୟରେ ୪୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିବା ନେଇ କମ୍ପାନୀର…

ମହିଳା ଦିନିକିଆ ବିଶ୍ୱକପ: ଲୌରାଙ୍କ ଐତିହାସିକ ଇନିଂସ, ଫାଇନାଲରେ ଦକ୍ଷିଣ ଆଫ୍ରିକା

ଗୌହାଟୀ: ଚଳିତ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୧୨୫ ରନରେ ହରାଇ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଲୌରା ୱଲଭଡର୍ଟଙ୍କ ଐତିହାସିକ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ବିଜୟ ହାସଲ କରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକା ଟିମ…

Vigilance raid: ଭିଜିଲାନ୍ସ ଜାଲରେ CT&GST ଅଧିକାରୀ

ବଲାଙ୍ଗିର: ଟିଟିଲାଗଡ଼ର ଆସିଷ୍ଟାଣ୍ଟ CT & GST ଅଫିସର ଉମାକାନ୍ତ ମହାକୁଡ଼ ଲାଞ୍ଚନେବା ସମୟରେ ଧରାପଡ଼ିଲେ । ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ…

ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ନିମନ୍ତେ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ଵର: ରାଜ୍ୟର ମେଡିକାଲରେ ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ମାର୍ଗଦର୍ଶିକା ନିମନ୍ତେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ସଭାଗୃହରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର CA ୮୪୦୨ ଏବଂ ୨୦୨୪ ମସିହାର MA ୩୦୪୦୮…

ଆଇନ ବିଭାଗର ପ୍ରମୁଖ ସଚିବ ହେଲେ ପବିତ୍ର ମୋହନ ସାମଲ

ଭୁବନେଶ୍ୱର: ବଲାଙ୍ଗୀର ସଦରରେ ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାବରେ ପୂର୍ବରୁ କାର୍ଯ୍ୟ କରୁଥିବା ପବିତ୍ର ମୋହନ ସାମଲଙ୍କୁ ଆଇନ ବିଭାଗର ପ୍ରମୁଖ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ହାଇକୋର୍ଟର ଅକ୍ଟୋବର ୨୮ ତାରିଖର ବିଜ୍ଞପ୍ତି ଅନୁଯାୟୀ, ବିଦାୟୀ ପ୍ରମୁଖ ସଚିବ ମାନସ ରଞ୍ଜନ…

ସୂର୍ଯ୍ୟକୁମାର ମାରିଲେ ୧୫୦ ଛକା

ନୂଆଦିଲ୍ଲୀ: ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୫ମ ଖେଳାଳି ଭାବେ କ୍ରିକେଟର ଏହି ଛୋଟ ଫର୍ମାଟରେ ୧୫୦ ଛକା ମାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଅବସରରେ ସୂର୍ଯ୍ୟକୁମାର ୨ଟି ଛକା ମାରିଥିଲେ ।…

ବାତ୍ୟା ମୋନ୍ଥା; ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ନ ପ୍ରସବା ୮୮୦୪ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା 

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ସ୍ଥଳଭାଗ ଛୁଇଁବା ପରବର୍ତ୍ତୀ ସମୟରେ ସ୍ଵାସ୍ଥ୍ୟସେବା ସୁନିଶ୍ଚିତ କରିବା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ ସ୍ଵାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ…

Heavy Rain: ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ;ପାତ୍ରପୁର ବ୍ଲକ୍‌ ରେ ୨୦ରୁ ଅଧିକ ଗାଁକୁ ଯାତାୟତ ବନ୍ଦ

ଗଞ୍ଜାମ: ବାତ୍ୟା 'ମୋନ୍ଥା' ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଦୁର୍ଗମ ପାହାଡ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଧସିଥିବାର ଖବର ଆସିଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ବର୍ଷା ଯୋଗୁଁ ଧସିଲା ମାଟି ଅତଡା । ତାଡ଼କା ସାହି ଠାରୁ ଆଙ୍କୁଲି…

Ganja Seize: ୧୭ କୋଟିର ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ଗଞ୍ଜେଇ ମାଫିଆଙ୍କୁ ଆଉ ତ୍ରାହୀ ନାହିଁ। ଆକ୍ସନ ମୁଡରେ ମାଲକାନଗିରି ପୋଲିସ। ୨୪ ଘଣ୍ଟାରେ ପ୍ରାୟ ୧୭ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି। ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ୨୪ ଘଣ୍ଟା ଭିତରେ ପୃଥକ ପୃଥକ ୩ଟି ସ୍ଥାନରୁ ଜବତ ହୋଇଛି ଏତେ ପରିମାଣର ଗଞ୍ଜେଇ। ମାଲକାନଗିରି…