Latest Odisha News

BREAKING NEWS

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୨୪ରେ ଟିଆଇ ପରେଡ୍‌

କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଅକ୍ଟୋବର ୧୦ ତାରିଖରେ ଓଡ଼ିଶାର ଜଣେ ଦ୍ୱିତୀୟ ବର୍ଷର MBBS ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ଘଟଣାରେ ଗିରଫ ହୋଇଥିବା ଚାରି ଜଣଙ୍କୁ ବୁଧବାର ସ୍ଥାନୀୟ କୋର୍ଟ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ପୀଡିତାଙ୍କ ସହପାଠୀ ୱାସେଫ୍…

ନୂଆପଡା ଉପନିର୍ବାଚନ; ୫ ନାମାଙ୍କନ ପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଭୁବନେଶ୍ୱର: ଆଗାମୀ ନୂଆପଡା ବିଧାନସଭା ଉପନିର୍ବାଚନ ପୂର୍ବରୁ ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ମୋଟ ୫ଟି ନାମାଙ୍କନ ପତ୍ର ନାକଚ କରାଯାଇଛି ବୋଲି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବୁଧବାର ସୂଚନା ଦେଇଛନ୍ତି। ଅଯୋଗ୍ୟ ଘୋଷଣା ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ବହୁଜନ ସମାଜ…

ମଝି ଆକାଶରେ ଇନ୍ଧନ ଲିକ୍, ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ଯାତ୍ରୀ

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ବିମାନଟି କୋଲକାତାରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲା ବେଳେ ମଝି ଆକାଶରେ ଇନ୍ଧନ ଲିକ୍ ହୋଇଥିବା ଚିହ୍ନଟ ହୋଇଥିଲା। ଯାହା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ତେବେ ଅବତରଣ ନିରାପଦ…

ପୋଲିସ ଏସଆଇ ପରୀକ୍ଷା ସ୍କାମ; ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଆଗୁଆ ଜାମିନ ଆବେଦନ ଖାରଜ

କଟକ: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ତାଙ୍କ ପତ୍ନୀ ଦୀପ୍ତିମୟୀ ସାହୁଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଗୁଆ ଜାମିନ ଆବେଦନକୁ ବୁଧବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ…

ପୀତବାସ ହତ୍ୟାକାଣ୍ଡ ଘଟଣା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜେଡ଼ିର ପ୍ରତିବାଦ

ବ୍ରହ୍ମପୁର: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥିସହିତ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଅକ୍ଟୋବର ୬ ରାତିରେ ପୀତବାସ ପଣ୍ଡାଙ୍କୁ…

ନେଟ ପ୍ରାକ୍ଟିଶ ପରେ ରୋହିତ ମନଦୁଃଖରେ ଫେରିଲେ

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିିନିକିଆ ମ୍ୟାଚ ଆଡିଲେଡରେ ଖେଳାଯିବ । ପ୍ରଥମ ମ୍ୟାଚରେ ବିଫଳ ହୋଇଥିବା ରୋହିତ ନେଟ ପ୍ରାକ୍ଟିଶ ସବୁଠାରୁ ଆଗରେ ପଂହଚିଥିଲେ । ସେଠାରେ ସେ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଅଭ୍ୟାସ ସେଶନ ପରେ ହୋଟେଲକୁ ରୋହିତ ଫେରୁଥିବା ବେଳେ ତାଙ୍କ ମନ…

ପୋଲିସ ଏସଆଇ ନିଯୁକ୍ତି ସ୍କାମ; ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ସ୍କାମ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଓଡିଶା ପୋଲିସ ସବ୍‌ ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ…

Neeraj Chopra: ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଗୋଲ୍ଡେନ ବୟ ଭାବରେ ଜଣାଶୁଣା ଜାଭେଲିନ୍ ଥ୍ରୋ ଷ୍ଟାର ନୀରଜ ଚୋପ୍ରାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ ମିଳିଛି। ତାଙ୍କୁ ଟେରିଟୋରିଆଲ୍ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧିରେ ସମ୍ମାନିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ…

ଆଇସଲାଣ୍ଡରେ ମିଳିଲା ୩ଟି ମଶା, ବୈଜ୍ଞାନିକମାନେ ଚକିତ

ନୂଆଦିଲ୍ଲୀ: ଆଇସଲାଣ୍ଡରେ ୩ଟି ମଶା ମିଳିବା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆଟାଂର୍କଟିକା ଓ ଆଇସଲାଣ୍ଡରେ ଭଳି ସ୍ଥାନରେ ମଶା ପ୍ରାୟତଃ ଦେଖାଯାଏ ନାହିଁ । ବେୟର୍ଣ୍ଣ ହଜଲଟସନ ନାମକ ଜଣେ ବ୍ୟକ୍ତି ଅକ୍ଟୋବର ୧୬ରେ ମଶାକୁ ଦେଖିଥିଲେ । ସେ ଏହାକୁ ଧରି କୀଟପତଙ୍ଗ ଏକ୍ସପର୍ଟ…

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଇନ୍ସପେକ୍ଟର ଗିରଫ

ଭୁବନେଶ୍ୱର: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳା ସବ-ଇନ୍ସପେକ୍ଟର (ଏସ୍ଆଇ)ଙ୍କୁ ବହୁ ବର୍ଷ ଧରି ଯୌନ ଶୋଷଣ କରିବା ଅଭିଯୋଗରେ ଜଣେ ପୋଲିସ ଇନ୍ସପେକ୍ଟରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାମ ଯଶୋବନ୍ତ ଆଚାର୍ଯ୍ୟ ବୋଲି ଚିହ୍ନଟ କରାଯାଇଛି। ଯିଏକି ୨୦୧୭ରେ ରାଜ୍ୟ ପୋଲିସରେ…