Latest Odisha News

BREAKING NEWS

ବିଦ୍ୟୁତ୍ ଆଘାତ ସାଜୁଛି କାଳ; ୫ ବର୍ଷରେ ଗଲାଣି ୨୭ ହାତୀଙ୍କ ଜୀବନ

ଭୁବନେଶ୍ବର: ବିଦ୍ୟୁତ୍ ଆଘାତରେ ଯାଉଛି ହାତୀ ଜୀବନ । ଏହି ଚିନ୍ତାଜନକ ପ୍ରସଙ୍ଗ  ବୁଧବାର ଦିନ  ବିଧାନସଭାରେ ଉପସ୍ଥାପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ହାତୀ…

ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର…

ପାଟନା: ପୁଣି ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟ । ରାଷ୍ଟ୍ରୀୟ ଜନତା ଦଳ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ସାମ୍ନାକୁ ଆସିଛି । ରକ୍ତରେ ଶର୍କରା ବୃଦ୍ଧି ହେତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯେଉଁ କାରଣରୁ ଡାକ୍ତରମାନେ ତାଙ୍କୁ ଅଧିକ…

ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧାହେଲେ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ

ଭୁବନେଶ୍ୱର: ବାଲେଶ୍ୱରର ଦୁର୍ଗାଦେବୀ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ ଦାୟିତ୍ୱରେ ଥିବା ଗିରିଶ ଚନ୍ଦ୍ର ବେହେରାଙ୍କୁ ୫.୮ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଏହି ରାଶି…

ମିଳିବ ମାଗଣା ଚାଉଳ ସାଙ୍ଗକୁ ମାଗଣା ଗହମ, ହେଲେ କେବେ?

ଭୁବନେଶ୍ବର: ଏଣିକି ମାଗଣା ଚାଉଳ ସାଙ୍ଗକୁ ମାଗଣା ଗହବ ପାଇବେ ରାସନ ହିତାଧିକାରୀ । ନୂଆ ସରକାର ଆସିବା ଦିନଠୁ ଏହା ଶୁଣିବାକୁ ମିଳୁଛି । ହେଲେ କେବେ ମିଳିବ, ତାହା ଏବେ ପ୍ରଶ୍ନବାଚୀ । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ…

ଘରେ ଚାଲିଥିଲା ସେକ୍ସ ରକେଟ୍; ବୃଦ୍ଧ ଦମ୍ପତିଙ୍କ ସମେତ ୩ ଗିରଫ

ରାଉରକେଲା: ରାଉରକେଲାର ଜଗଦା ଅଞ୍ଚଳର ଏକ ଘରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଜଣେ ବୃଦ୍ଧ ଦମ୍ପତି ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଜୋସ୍ନା ବିଶ୍ୱାଳ (୬୨), ତାଙ୍କ ସ୍ୱାମୀ ଉପେନ୍ଦ୍ର ବିଶ୍ୱାଳ (୭୨) ଏବଂ ଜଣେ ଗ୍ରାହକ ଉମେଶ ବିଶ୍ୱାଳ…

୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର, ଏଫସିଆଇ ନେବ ୪୬ ଲକ୍ଷ

ଭୁବନେଶ୍ବର: ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର । ରାଜ୍ୟରେ ଧାନ କିଣା ନେଇ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ୍ ଧାନ ଅଧିକା କିଣାହୋଇଛି । ପ୍ରତ୍ୟେକ ବର୍ଷ ୧୬ ଲକ୍ଷ ମେଟ୍ରିକ୍ ଟନ୍…

ଆଇପିଏଲ: ବୁମରାହ, ଆକାଶଦୀପଙ୍କ ପ୍ରତ୍ୟାବର୍ତନରେ ହେବ ବିଳମ୍ବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦୁଇ ପେସ ବୋଲର ଯଶପ୍ରୀତ ବୁମରାହ ଓ ଆକାଶଦୀପଙ୍କ ଖେଳିବାରେ ଆହୁରି ବିଳମ୍ବ ହେବ ବୋଲି ଜଣାପଡିଛି । ଆକାଶଦୀପ ଏପ୍ରିଲ ୧୦ ସୁଦ୍ଧା ଦଳ ସହିତ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏଥିରେ ଡେରି ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବୁମରାହ ଏପ୍ରିଲ…

ବିରୋଧୀଙ୍କ ବିରୋଧ ଭିତରେ ସଂସଦରେ ଆଗତ ହେଲା ଓ୍ବାକଫ୍ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ସଂଶୋଧିତ ୱାକଫ୍ ବିଲ୍ । ବିରୋଧୀଙ୍କ ତୀବ୍ର ବିରୋଧ ଭିତରେ ବାଚସ୍ପତି ଓମ ବିର୍ଲାଙ୍କ ଅନୁମତି କ୍ରମେ ବୁଧବାର ସଂସଦରେ ସଂଶୋଧିତ ୱାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବର୍ତ୍ତମାନ ବିଲ୍ ଉପସ୍ଥାପନ ପରେ…

କୁକ୍, ଡ୍ରାଇଭର, କେୟାର ଟେକର; ସମସ୍ତଙ୍କୁ ସମ୍ପତ୍ତିରେ ଭାଗ ଦେଇଛନ୍ତି ରତନ ଟାଟା… 

ନୂଆଦିଲ୍ଲୀ: ଅକ୍ଟୋବର ୨୦୨୪ରେ ଦୁନିଆରୁ ବିଦାୟ ନେଇଥିବା ରତନ ଟାଟାଙ୍କ ଇଚ୍ଛାପତ୍ର ପ୍ରକାଶ ପାଇଛି। ରତନ ଟାଟା ତାଙ୍କର ୩୮୦୦ କୋଟି ଟଙ୍କାର ସମ୍ପତ୍ତିରେ ଜୀବନର କୌଣସି ନା କୌଣସି ପର୍ଯ୍ୟାୟରେ ତାଙ୍କ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛିକିଛି ଭାଗ ଦେଇଛନ୍ତି। ଶେଷ ନିଶ୍ୱାସ…

ଅସ୍ତ୍ରବିରତି ଉଲ୍ଲଘଂନ କଲା ପାକିସ୍ତାନ: ସେନା ଗୁଳିରେ ନିହତ ହେଲେ ୪ ପାକିସ୍ତାନୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ପାକିସ୍ତାନୀ ସେନା ନିହଜ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲା ଦେଇ ଅନୁପ୍ରବେଶ କରି ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରିବା ସମୟରେ…