Latest Odisha News

BREAKING NEWS

ହୋଇପାରୁନି ସମାଧାନ; ତୃତୀୟ ଦିନରେ ବି ଅଖିଆ ଅପିଆ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର: ଆଜି ତୃତୀୟ ଦିନରେ ବି ଉପବାସରେ ରହିଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ସୋମବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ହୋଇପାରୁନି ନୀତିକାନ୍ତି । ବଡୁ ସେବାୟତ ଏବଂ ବ୍ରାହ୍ମଣ ନିଯୋଗ ବିବାଦ କାରଣରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ…

ପୁଣି ବିମାନବନ୍ଦରରୁ ୪ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର: କିଛି ଦିନ ବ୍ୟବଧାନରେ ପୁଣି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କଷ୍ଟମସ୍‌ ଅଧିକାରୀମାନେ ଜଣେ କେରଳୀ ଚାଲାଣକାରୀଙ୍କୁ ଧରିଛନ୍ତି । ଚାଲାଣକାରୀ ଜଣକ ବିସ୍କୁଟ୍‌ ପ୍ୟାକେଟ୍‌ରେ ଭର୍ତ୍ତି କରି ଏହି ଗଞ୍ଜେଇ ଆଣୁଥିଲେ । ଉକ୍ତ…

ଘରୁ ଅସରପା ଏମିତି ଦୂର କରନ୍ତୁ..

ଭୁବନେଶ୍ବର:ଅସରାପ ଆସିଥାଏ ଘର ଅପରିଷ୍କାର ରହିଲେ । ଅସରପା ପୋଷାକପତ୍ର ଭିତରେ ପଶି ସେଥିରେ ଛୋଟ ଛୋଟ କଣା କରିଦିଅନ୍ତି । ଖୋଲାରେ ଥୁଆ ହୋଇଥିବା ଖାଦ୍ୟପଦାର୍ଥରେ ପଶିଯାଆନ୍ତି ଯାହା ଖାଇଲେ ଦେହ ଅସୁସ୍ଥ ହୁଏ । କିଛି ଘରୋଇ ଉପାୟରେ ଏମାନଙ୍କୁ ଘରୁ ବାହାର କରି ପାରିବେ । - ଅଧିକ ଅସରପା…

ପ୍ରତିଦିନ ଖାଆନ୍ତୁ ଏହି ପନିପରିବା, ବଢିବ ଦୃଷ୍ଟି ଶକ୍ତି

ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ଜିନିଷ ସହିତ ଘଣ୍ଟା ଘଣ୍ଟା ସମୟ ବିତାଇବା ଯୋଗୁଁ ଆଜିକାଲି ଆଖି ଉପରେ ଚାପ ପଡୁଛି । ତେବେ ଆପଣଙ୍କ ଖାଦ୍ୟରେ କିଛି ବିଶେଷ ପନିପରିବା ସାମିଲ କରନ୍ତୁ । ଯାହା ଆପଣଙ୍କ ଦୃଷ୍ଟିଶକ୍ତି ବଢ଼ାଇପାରିବ ଏବଂ ଆଖିକୁ ସୁସ୍ଥ ରଖିବାରେ ସହାୟକ ହେବ । -ଦୃଷ୍ଟି ଶକ୍ତିରେ…

ପ୍ରତିବର୍ଷ ଜାନୁୟାରୀ ୧୫ରେ ‘ସେନା ଦିବସ’ ଭାବେ କାହିଁକି ପାଳନ କରାଯାଏ !

ଭୁବନେଶ୍ବର: ଆଜି ହେଉଛି 'ଆର୍ମି ଡେ'। ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଇଥାଏ । ଯୁଦ୍ଧ ହେଉ ଅବା, ଦେଶର ପ୍ରାକୃତିକ ବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଆମର ଭାରତୀୟ ସୈନ୍ୟ…

‘ପିଓକେ ବିନା ଜମ୍ମୁ କଶ୍ମୀର ଅସମ୍ପୂର୍ଣ୍ଣ’

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଖନୁର ସେକ୍ଟରର ଟାଣ୍ଡା ଆର୍ଟିଲାରୀ ବ୍ରିଗେଡରେ ୯ମ ସଶସ୍ତ୍ର ବାହିନୀ ପୂର୍ବତନ ସୈନିକ ଦିବସ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ଏହା ସହ ସେ…

‘ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ଅଭୂତପୂର୍ବ ବୃଦ୍ଧି ଘଟିଛି’

ନୂଆଦିଲ୍ଲୀ: ଆଜି ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ମୌସମର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ଦେଢ଼ଶହ ବର୍ଷରେ…

ସହଦେବ ନାୟକଙ୍କ ହତ୍ୟା ମାମଲା; ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର: ରସୁଲଗଡ଼ ବ୍ରିଜ୍‌ ଉପରେ ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ । ଏନେଇ ଘଟଣାସ୍ଥଳର ରକ୍ତ ସହ ଅଭିଯୁକ୍ତ ପିନ୍ଧିଥିବା ଡ୍ରେସ୍, ବାଇକ୍‌ ରେ ଲାଗିଥିବା ରକ୍ତ ନମୁନାକୁ ରାଜ୍ୟ ଫରେନସିକକୁ ପଠାଯାଇଛି । ସୂଚନାଯୋଗ୍ୟ, ପୋଲିସ…

ଡୁଡୁମା ଜଳପ୍ରପାତ ନିକଟରେ ୧୫୦ ଫୁଟ ତଳକୁ ଖସିଲା କାର୍

କୋରାପୁଟ: ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସିଲା କାର୍, ଦୁଇ ଜଣ ଗୁରୁତର । ବାଲେଶ୍ବରରୁ କାର୍ ଯୋଗେ ଡୁଡୁମା ଜଳପ୍ରପାତ ବୁଲିଯିବା ବେଳେ ଡୁଡୁମା ନିକଟରେ ଭାରସାମ୍ୟ ହରାଇ କାରଟି ତଳକୁ ଖସିପଡିଛି । ଦୁଇ ପର୍ଯ୍ୟଟକ ହେଲେ ପରଜିତ ଦାସ ଓ ସୁନେନ୍ଦୁ ସାହୁ। ସ୍ଥାନୀୟ ଲୋକେ ସେମାନଙ୍କୁ…

ଅଲିମ୍ପିକ୍ସ ପଦକରୁ ରଙ୍ଗ ଛାଡିଲା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଶେଷ ହେବା ବେଶୀ ଦିନ ହୋଇ ନାହିଁ । ଏଥିରେ ପଦକ ହାସଲ କରି ବିଶ୍ୱ ଦରବାରେ ନାମ କମାଇଥିବା ଆଥଲେଟ ଏବେ ନିରାଶ ହୋଇ ପଡିଛନ୍ତି । କେତେକ ପଦକ ରଙ୍ଗ ଛାଡିବା ସହ ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ଆଥଲେଟ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।…