Latest Odisha News

BREAKING NEWS

ମେଣ୍ଟ ଚର୍ଚ୍ଚା ହୋଇନି, ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ:  ଲତା ଉସେଣ୍ଡି

ଭୁବନେଶ୍ୱର: କୌଣସି ମେଣ୍ଟ ଚର୍ଚ୍ଚା ହୋଇନି । ସବୁ ଆସନ ପାଇଁ ଆମେ ପ୍ରସ୍ତୁତି  କରୁଛୁ ବୋଲି  ଆଜି ଏପରି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି । ସେ ଆହୁରି କହିଛନ୍ତି,‘‘ ଦିଲ୍ଲୀରେ ହୋଇଥିବା ବୈଠକରେ  ପ୍ରତିଟି ଆସନ ପାଇଁ  ଆଲୋଚନା ହୋଇଛି ।…

ବିଜେପିକୁ ଲାଗିଲା ଆଉ ଏକ ଝଟକା, ଦଳରୁ ଇସ୍ତଫା ଦେଲେ ହରିୟାଣା ସାଂସଦ ବ୍ରିଜେନ୍ଦ୍ର ସିଂ

ଚଣ୍ଡିଗଡ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପିକୁ ପୁଣି ଲାଗିଲା ଆଉ ଏକ ବଡ ଝଟକା । ହରିୟାଣା ହିସାର ଜିଲ୍ଲା ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ସେ…

ଆଇପିଏଲ ନିମନ୍ତେ ରିଷଭ ପନ୍ତଙ୍କୁ ମିଳି ନାହିଁ ଫିଟନେସ କ୍ଲିୟରାନ୍ସ: ରିପୋର୍ଟ

ନୂଆଦିଲ୍ଲୀ: ରିଷଭ ପନ୍ତଙ୍କ ଆଇପିଏଲ ଏବଂ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ପନ୍ତଙ୍କୁ ଆଇପିଏଲ ୨୦୨୪ ଖେଳିବା ପାଇଁ ଫିଟନେସ କ୍ଲିୟରାନ୍ସ ସାର୍ଟିଫିକେଟ ଏନସିଏରୁ ମିଳି ନାହିଁ । ଅବଶ୍ୟ ବିସିସିଆଇ କିମ୍ବା ଟିମ ମ୍ୟାନେଜମେଂଟ ପକ୍ଷରୁ କୌଣସି ବୟାନ ଜାରୀ…

ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ତାଲିକା, ଓଡ଼ିଶା ଉପରେ ନଜର

ନୂଆଦିଲ୍ଲୀ:ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଏନେଇ ସଂଧ୍ୟାରେ ବସୁଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏଥିରେ ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇପାରନ୍ତି । ଦଳର ଅନ୍ୟ…

ପଶ୍ଚିମବଙ୍ଗରେ ଏକା ଲଢ଼ିବ ଟିଏମସି, ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ମମତା

କୋଲକାତା: ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗରୁ ଏକା ଲଢ଼ିବେ ମମତା ବାନାର୍ଜି । ଯାହାର ଅଭିଯାନ ମମତା ଆଜି କୋଲକାତାର ବ୍ରିଗ୍ରେଡ ପରେଡ ଗ୍ରାଉଣ୍ଡରେ ‘ଜନ ଗର୍ଜନ ସଭା’ରୁ କରିବା ନେଇ ସୂଚନା ରହିଛି । ଏହି ସଭାରେ ମମତା ରାଜ୍ୟର ସମସ୍ତ ୪୨ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ମଧ୍ୟ…

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। ଏହା…

ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ମାନବିକତା ; ଏୟାରଲିଫ୍ଟ କରାଇ ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ

ଶିମଲା: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ  ଏକ ମାନବିକତାର ପରିଚୟ ଦେଇଛନ୍ତି । ଏୟାର ଲିଫ୍ଟ କରାଇ ଗୁରୁତର ଅସୁସ୍ଥ ଥିବା  ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ସୂଚନାଅନୁସାରେ, ପାହାଡ଼ିଆ  ରାଜ୍ୟରେ ଏବେ ପ୍ରବଳ ତୁଷାରପାତ ହେଉଛି । ଏହି କାରଣରୁ…

ୟୁଟ୍ୟୁବକୁ ଟକ୍କର ଦେବ ଏକ୍ସ, ମସ୍କ ଜାରି କରିବେ ଟେଲିଭିଜନ୍ ଆପ

ନୂଆଦିଲ୍ଲୀ: ୟୁଟ୍ୟୁବକୁ କଡା ଟକ୍କର ଦେବ ଏକ୍ସ । ସୋସିଆଲ ମିଡିଆ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଦର୍ଶାଇ ଫର୍ଚ୍ୟୁନ କହିଛି ଯେ ଏଲୋନ୍ ମସ୍କଙ୍କ X ଆସନ୍ତା ସପ୍ତାହରେ ଆମାଜନ ଏବଂ ସାମସଙ୍ଗ ସ୍ମାର୍ଟ ଟେଲିଭିଜନ ପାଇଁ ଏକ ଟେଲିଭିଜନ ଆପ୍ ଲଞ୍ଚ କରିବାକୁ ପ୍ରସ୍ତୁତି…

ବିହାର ଦୁର୍ନୀତି ମାମଲା: ଗିରଫ ହେଲେ ଲାଲୁଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଯାଦବ

ପାଟନା: ବିହାରରେ ଦୁର୍ନୀତି ବିରୋଧରେ ଇଡିର ଚଢାଉ ଜାରି ରହିଛି। ଏହି ଚଢାଉରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଷ୍ଟ୍ରିୟ ଜନତା ଦଳର ନେତା ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସୁଭାଷ ଯାଦବଙ୍କୁ ଗିରଫ କରିଛି । ବାସ୍ତବରେ, ଗତିକାଲି ଇଡି ସୁଭାଷ ଯାଦକଙ୍କ ସହ ଜଡିତ ପାଟନା ସ୍ଥିତ ୮ଟି ସ୍ଥାନରେ…

ଶିଶୁ କବିତା : ଆମ ବାରିକୁ ଫଗୁଣ ଆସୁଛି

ତରୁଣ କୂମାର ମିଶ୍ର ଆମ ବାରିକୁ ଫଗୁଣ ଆସୁଛି । ଜୂଇ,ଜାଇ,ମଲ୍ଲୀ ମାଧବୀ ,ମାଳତୀ ବାସ ଚହଟାଇ ଫୁଟନ୍ତି , ମଧୁ ମକ୍ଷିକା ଓ ଭ୍ରମରଙ୍କ ଧାଡ଼ି ଫୁଲ ପାଖୁଡ଼ାରେ ଦିଶୁଛି , ସବୁରି ମନରେ ନୂଆ ଉନ୍ମାଦନା ବସନ୍ତ ଏଠାକୁ ଆସୁଛି । ଆମ ବାରିକୁ ଫଗୁଣ ଆସୁଛି ।(୧) ଫୁଲେଇ ଫଗୁଣ ଫୁଲ…