Latest Odisha News

BREAKING NEWS

ବିହାର ଦୁର୍ନୀତି ମାମଲା: ଗିରଫ ହେଲେ ଲାଲୁଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଯାଦବ

ପାଟନା: ବିହାରରେ ଦୁର୍ନୀତି ବିରୋଧରେ ଇଡିର ଚଢାଉ ଜାରି ରହିଛି। ଏହି ଚଢାଉରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଷ୍ଟ୍ରିୟ ଜନତା ଦଳର ନେତା ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସୁଭାଷ ଯାଦବଙ୍କୁ ଗିରଫ କରିଛି । ବାସ୍ତବରେ, ଗତିକାଲି ଇଡି ସୁଭାଷ ଯାଦକଙ୍କ ସହ ଜଡିତ ପାଟନା ସ୍ଥିତ ୮ଟି ସ୍ଥାନରେ ଚଢାଉ କରିଥିଲେ । ଚଢାଉ ବେଳେ ଇଡି ନଗଦ ​​ଦୁଇ କୋଟି ଟଙ୍କା ଏବଂ ପୁଞ୍ଜି ବିନିଯୋଗ ଏବଂ ଜମି ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଏବଂ କାଗଜପତ୍ର ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଶନିବାର ବିଳମ୍ବିତ ରାତିରେ ସୁଭାଷ ଯାଦବଙ୍କୁ ତାଙ୍କ ପାଟନା ବାସଭବନରୁ ଗିରଫ କରିଥିଲା ଇଡି । ଏହାପରେ ତାଙ୍କୁ କୋର୍ଟ ଫରୱାର୍ଡ କରିଛି ଇଡି । କୋର୍ଟରେ ହାଜର କରିବା ପରେ ଆଜି ତାଙ୍କୁ ପାଟନାର ବିଉର ଜେଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଚାଲିଛି ।

ସୂଚନାଯୋଗ୍ୟ ଯେ, ସୁଭାଷ ଯାଦବଙ୍କୁ ଲାଲୁ ପ୍ରସାଦର ଅତି ଘନିଷ୍ଠ ନେତା ବୋଲି କୁହାଯାଏ । ବିହାରରେ ସେ ବାଲୁ କିଙ୍ଗ ଭାବରେ ମଧ୍ୟ ଜଣାଶୁଣା | ଆଜି ଇଡି ପାଟନାରେ ଥିବା ଇଡିର ସ୍ୱତନ୍ତ୍ର କୋର୍ଟରେ ଅଧିକ ତଦନ୍ତ ପାଇଁ ସୁଭାଷଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ । ନ୍ୟାୟିକ ହେପାଜତରୁ ସୁଭାଷଙ୍କୁ ନିଜ ହେପାଜତକୁ ନେବାକୁ ଇଡି ଆବେଦନ କରିବ। ଏହା ପରେ ଇଡି ସୁଭାଷ ଯାଦବଙ୍କୁ ତାଙ୍କ ହେପାଜତରେ ନେଇ ତାଙ୍କ ସହ ଜଡିତ ଅନେକ ପ୍ରସଙ୍ଗରେ ବିସ୍ତୃତ ଭାବରେ ପଚରାଉଚରା କରିବେ। ତେବେ ତଦନ୍ତର ଆଗାମୀ ଦିନରେ ସୁଭାଷ ଯାଦବ ଏବଂ ତାଙ୍କ ସହ ଜଡିତ ଅନ୍ୟାନ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କ ତଥ୍ୟ ମଧ୍ୟ ସାମ୍ନାକୁ ଆସିପାରେ ।

Leave A Reply

Your email address will not be published.