Latest Odisha News

BREAKING NEWS

ୟୁପି ପରେ ଝାଡଖଣ୍ଡରୁ ଆଇଏସଆଇଏସ ସହ ଜଡିତ ୨ ଆତଙ୍କବାଦୀ ଗିରଫ

ରାଞ୍ଚି: ଝାଡଖଣ୍ଡର ଏଟିଏସ୍ କୁ ମିଳିଛି ବଡ ସଫଳତା । ଆଜି (ବୁଧବାର) ରାଜ୍ୟର ଗୌଡା ଏବଂ ହଜାରିବାଗ ଜିଲ୍ଲାରୁ ଦୁଇ ଜଣ ଆଇଏସଆଇଏସ ସହ ଜଡିତ ଆତଙ୍କବାଦୀଙ୍କୁ ଗିରଫ କରିଛି ଝାଡଖଣ୍ଡ ଏଟିଏସ୍ । ଏହାପରେ ଏଟିସ ଉଭୟଙ୍କୁ ନିଜ ହେପାଜତକୁ ନେଇ ଖୋଳତାଡ ଆରମ୍ଭ କରିଛି । ଏହାର ଦୁଇ ଦିନ ପୂର୍ବରୁ…

‘ରାହୁଲଙ୍କୁ ଗୁରୁତ୍ୱ ଦେଉନି ଦଳ, ଗମ୍ଭୀରତାର ସହ ନେଉ ନାହାନ୍ତି ଲୋକେ’

ଭୋପାଳ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି । ଏହାପୂର୍ବରୁ ରାଜନୈତିକ ତାତି ବୃଦ୍ଧି ପାଇଛି । ନିର୍ବାଚନ ପ୍ରଚାର ସମୟରେ ନେତାମାନେ ପରସ୍ପର ଉପରେ କଡ଼ା କଟାକ୍ଷ କରୁଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର…

ଲକଡାଉନ୍ ସମୟରେ ବୁକିଂ ହୋଇଥିବା ଯାତ୍ରୀଙ୍କ ବିମାନ ଟିକେଟ୍ ପଇସା ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଲକଡାଉନ ହୋଇଯିବାରୁ ବିମାନ ସେବା ବାତିଲ ହୋଇଥିଲା। ହେଲେ ଆଗୁଆ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ଏଯାବତ ଟିକେଟ୍ ପଇସା ଫେରିପାଇନଥିଲେ। ଏବେ କେନ୍ଦ୍ର ସରକାର ଏଥିପାଇଁ ଅନ୍ ଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ ଗୁଡିକୁ ଟିକେଟ୍ ପଇସା ଫେରସ୍ତ କରିବାକୁ ନିର୍ଦ୍ଦେଶ…

ଅଫେରା ରାଇଜରେ ମହେଶ୍ୱର, ଝୁରୁଛି ପୋଷା କୁକୁର

ପୁରୀ: ଆରପାରିରେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ବର ମହାନ୍ତି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ହଜାର ହଜାର ସ୍ଥାନୀୟ ଜନତା, କର୍ମୀ ଓ ରାଜନେତା, ତାଙ୍କ ବାସଭବନ, ପୁରୀ ପାର୍ଟି ଅଫିସ ଓ ସ୍ୱର୍ଗଦ୍ବାରରେ ତାଙ୍କର ଶେଷ ଦର୍ଶନ…

‘ଲୋକସଭାରୁ ମହୁଆଙ୍କୁ ବହିଷ୍କାର କର’, ସଦାଚାର କମିଟିର ରିପୋର୍ଟରେ ଉଲ୍ଲେଖ!

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରାଙ୍କ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ଯାଞ୍ଚ କରିଥିବା ସଂସଦୀୟ ସଦାଚାର କମିଟି ତାଙ୍କୁ ଲୋକସଭାରୁ ବହିଷ୍କାର କରିବା ପାଇଁ ସୁପାରିସ କରିଛି। କମିଟି 500 ପୃଷ୍ଠା ସମ୍ବଳିତ ରିପୋର୍ଟରେ ମୈତ୍ରାଙ୍କ ଦ୍ବାରା କରାଯାଇଥିବା…

ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେଲେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କାର୍ଯ୍ୟକର୍ତ୍ତା । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର…

ଷ୍ଟୋକ୍ସଙ୍କ ଶତକ, ନେଦରଲାଣ୍ଡକୁ ୧୬୦ ରନରେ ହରାଇଲା ଇଂଲଣ୍ଡ

ପୁଣେ:ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । ବେନ ଷ୍ଟୋକ୍ସଙ୍କ ଚମତ୍କାର ଶତକ ପରେ ଇଂଲଣ୍ଡ ବୋଲରମାନଙ୍କ ଉଚିତ ବୋଲିଂ ଯୋଗୁ ନେଦରଲାଣ୍ଡ ୩୪୦ ରନର ଲକ୍ଷ୍ୟକୁ ପିଛା କରି ୩୭.୨ ଓଭରରେ ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା । ନେଦରଲାଣ୍ଡ ପକ୍ଷରୁ…

ଡିସେମ୍ବର ଦ୍ବିତୀୟ ସପ୍ତାହରେ ବସିପାରେ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି ଏବଂ ଖ୍ରୀଷ୍ଟମାସ ପୂର୍ବରୁ ଏହା ଶେଷ ହୋଇପାରେ ବୋଲି ବୁଧବାର ଜଣାପଡ଼ିଛି। ଡିସେମ୍ବର ତିନିରେ ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣତି ପରେ ଏହି ଅଧିବେଶନ ଆରମ୍ଭ ହୋଇପାରେ। ଏହି ସମୟରେ ସଂସଦରେ…

ଏକ୍ସପାଏରୀ ଜିନିଷ ବିକି ଏଗାର ଲକ୍ଷ ଜୋରିମାନା ଦେବ ବିଶାଲ ମେଗାମାର୍ଟ

କଟକ: ଭୁବନେଶ୍ୱର ରସୁଲଗଡ଼ ଓ କଟକ ବିଡାନାସୀ ସେକ୍ଟର-୧୦ରେ ଥିବା ବିଶାଳ ମେଗା ମାର୍ଟର ଷ୍ଟୋରରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ କଟକ ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟକୁ ୧୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଆସନ୍ତା ୩୦ ଦିନ ମଧ୍ୟରେ ଏହି ଜରିମାନା…

ସମ୍ବଲପୁରରେ ମେମୁ ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସାରଳା ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏହି ଟ୍ରେନଟି ଏକ ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ପୂର୍ବତଟ ରେଳପଥରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ 6ଟା 25 ମିନିଟ୍…