Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲିଜିୟମ । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଅଛନ୍ତି ଏସ୍. ମୁରଲୀଧର । ଜଷ୍ଟିସ ଏସ୍ ମୁରଲୀଧର ଆସନ୍ତା ମାସରେ ଅବସର ନେବେ ।…

ବିଷାକ୍ତ ଗ୍ୟାସ ନେଲା ୧୬ ଜୀବନ

ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠ ନିକଟରେ ଥିବା ଏକ ବସ୍ତିରେ ଗ୍ୟାସ୍ ଲିକ୍ ହେବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍‌ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଗ୍ୟାସ୍‌ ଲିକ୍‌ ଯୋଗୁ ୨୪ ଜଣଙ୍କ ମୃତ୍ୟୁ…

ରାଜ୍ୟରେ ଆଜିଠୁ ବଢିବ ବର୍ଷା; ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ  । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଅତି ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ…

ଆଜି ବାହାରିବ ଯୁକ୍ତ ୨ର ପ୍ରଥମ କଟ୍‌ଅଫ୍ ତାଲିକା, ଅଗଷ୍ଟ ୧ରୁ ପାଠପଢା ଆରମ୍ଭ

ଭୁବନେଶ୍ୱର: ଆଜି ପ୍ରକାଶିତ ହେବ ଯୁକ୍ତ ୨ ନାମଲେଖାର ପ୍ରଥମ କଟ୍ଅଫ୍ ତାଲିକା। ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇବ ମେରିଟ ଲିଷ୍ଟ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ୮ ରୁ ୧୪ ହେବ ସ୍ଲାଇଡ୍‌ ଅପ୍‌…

୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓସେପା, ୧୩ ସୁଦ୍ଧା ଦାଖଲ ହେବ ରିପୋର୍ଟ

ଭୁବନେଶ୍ୱର: ୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। ଏନେଇ ୩୦ ଜିଲ୍ଲା ପାଇଁ ଗଠନ ହେଲା ଟିମ୍। ଗୁଣାତ୍ମକ ପାଠପଢାକୁ ଧ୍ୟାନରେ ରଖି ସରକାର ହାଇସ୍କୁଲ ରୂପାନ୍ତରଣରେ ୫-ଟି ସ୍କୁଲ କରାଯାଇଛି। ଏଥିରେ ସ୍ମାର୍ଟ କ୍ଲାସରୁମ୍,…

ୟୁଜିସିର ନୂଆ ନିୟମ, ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର ଆବଶ୍ୟକ ନାହିଁ। ନୂଆ ନିୟମ ୧…

ଅନୁବାଦ କବିତା : ଗୋଟିଏ ହାତ

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ  ଆକାଶରେ ମେଘ ଭର୍ତ୍ତି ଜନଶୂନ୍ୟ ରାସ୍ତା ଘାଟ ଚାରିଦିଗ ନୀରବ ନିଥର ରାସ୍ତାକଡ ଘର ସବୁ ନିବିଡ ଅନ୍ଧାର ନିଦ୍ରିତ ସହର। ମୋ ଦେହରେ କ୍ଳାନ୍ତି ଭରା ଅସୁମାରି ନିଦ ମୋ ଆଖିରେ ଚାଲିଚାଲି ଫେରୁଛି ଘରକୁ ଲାଗୁଛି ଆସିବ ବର୍ଷା ଖୁବ୍ ଶୀଘ୍ର ପହୁଣ୍ଡ…

୫-ଟି ସ୍କୁଲର ପ୍ଲାଷ୍ଟର ଖସିପଡ଼ିଲା, ୮ ମାସ ତଳେ ହୋଇଥିଲା ନବୀକରଣ

ସୁନ୍ଦରଗଡ଼: ଜିଲ୍ଲାର ଏକ ୫-ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଧବାର ଖେଳ ଛୁଟି ପାଇଁ ବାହାରକୁ ଯାଇଥିବା ବେଳେ ଏକ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର କିଛି ଅଂଶ ଖସି ପଡ଼ିବାରୁ ସେମାନେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଲହୁଣୀପଡ଼ା ବ୍ଲକ୍ ଖୁଣ୍ଟାଗାଁରେ ରହିଛି ଏହି ୫-ଟି ସରକାରୀ…

ଏହି କାରଣ ପାଇଁ କମିବ ବନ୍ଦେ ଭାରତ ଏକ୍ସପ୍ରେସର ଭଡା !

ନୂଆଦିଲ୍ଲୀ: ଯଦି ଆପଣ ବନ୍ଦେ ଭାରତ ପରି ଦେଶର ଦ୍ରୁତତମ ତଥା ଅତ୍ୟାଧୁନିକ ଟ୍ରେନରେ ଯାତ୍ରା କରିବାର ସ୍ୱପ୍ନ ଦେଖୁଛନ୍ତି, କିନ୍ତୁ ଅଧିକ ଭଡା ହେତୁ ସାହସ ଜୁଟାଇ ପାରି ନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କିଛି ସ୍ଥାନରେ ବନ୍ଦେ ଭାରତ ଟ୍ରେନରେ ଖାଲି ସିଟ୍ ଦେଖି ଭଡା ହ୍ରାସ…

ଦର ବୃଦ୍ଧି ବେଳେ ଚାଷ ଜମିରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି, ଥାନାରେ ମାମଲା

ବେଙ୍ଗାଲୁରୁ: କିଲୋ ପ୍ରତି ୧୦୦ ଟଙ୍କାରୁ ଅଧିକ ଟମାଟୋ ଦର ବୃଦ୍ଧି ପାଇଥିବା ବେଳେ କର୍ଣ୍ଣାଟକର ହାସନ ଜିଲ୍ଲାରେ କିଛି ଅଜଣା ବ୍ୟକ୍ତି ଏକ ଫାର୍ମରୁ ଦେଢ଼ ଲକ୍ଷ ଟଙ୍କାର ଟମାଟୋ ଚୋରି କରି ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ବୁଧବାର କହିଛି। ଗୋନି ସୋମନାହାଲି ଗାଁରେ ଥିବା ଚାଷ ଜମିରେ…