Latest Odisha News

ବାତ୍ୟା ୟଶ ନେଇ ବାଲୁକା ଚିତ୍ରକଳା

ପୁରୀ: ବାତ୍ୟା ୟଶକୁ ନେଇ ଭୟର ବାତାବରଣ ଖେଳି ଯାଇଛି । ଅନ୍ୟସ୍ଥାନ ଭଳି ପୁରୀରେ ମଧ୍ୟ ପବନ ସହ ବର୍ଷା ଜାରି ରହିଛି । ସମୁଦ୍ରକୂଳିଆ ଲୋକେ ବେଶୀ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନରେ ରହିବା ସହ ସରକାରଙ୍କ ଗାଇଡ଼ ଲାଇନ ମାନିବାକୁ ବାଲୁକା ଚିତ୍ରକଳା ମାଧ୍ୟମରେ…

ପୁରୀରେ ବର୍ଷା ସହିତ ପବନ

ପୁରୀ: ସମୁଦ୍ରିକ ଝଡ଼ ୟଶ ପ୍ରଭାବ । ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଇଯାଇଥିବ ବେଳେ ପୁରୀ ସହରରେ ମଧ୍ୟ ଧୀରେ ଧୀରେ ବର୍ଷା ପଡିବା ଆରଂଭ କଲାଣି। ଅପରାହ୍ନରୁ ପାଗ ମେଘୁଆ ଥିବା ବେଳେ ଝିପି ଝିପି ବର୍ଷା ଲାଗି ରହିଛି। ପବନରେ ବେଗ ମଧ୍ୟ ସାମାନ୍ୟ ଅଧିକ ରହିଛି। ତେବେ ୟଶର ପ୍ରଭାବ…

ପୁରୀ ବେଳାଭୂମିରେ ମୃତ ଜେଲି ଫିସ

ପୁରୀ: ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସଙ୍କ ମୃତ ଦେହ ଠାବ ହୋଇଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ବୈଜ୍ଞାନିକ କହିଛନ୍ତି। ସାଧାରଣତ ଜେଲି ଫିସ ଗୁଡିକ…

ପୁରୀ ସମୁଦ୍ରକୂଳରେ ମାଛ ମଡକ

ପୁରୀ: ପୁରୀ ସମୁଦ୍ରକୂଳରେ ମାଛ ମଡକ । ସମୁଦ୍ରକୂଳରେ ପଡ଼ିରହିଛି କୁଢ଼ କୁଢ଼ ମାଛ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ତେବେ ଏହି ମାଛ ଗୁଡିକ ପଥର ମୁଣ୍ଡି ପ୍ରଜାତିର ହୋଇଥିବା ବେଳେ ଏହାର ମୃତ୍ୟୁର ପ୍ରକୃତ କାରଣ କଣ…

ଶ୍ରୀମନ୍ଦିରରେ ରାମାଭିଷେକ ନୀତି

ପୁରୀ:ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି | ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହୋଇଛି | ମଙ୍ଗଳବାର ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିଥିଲେ |…

ଶ୍ରୀମନ୍ଦିର ପରିସର ସାନିଟାଇଜ

ପୁରୀ:ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ନୁତନ ଏସଓପି ଜାରି ହେବା ପରେ ଭକ୍ତଙ୍କ ଲାଗି ଆସନ୍ତା ମେ'ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଅଗ୍ନିଶମ ବିଭାଗର ଦୁଇଟି…

ଶ୍ରୀମନ୍ଦିରକୁ ଫେରିଲେ ଶ୍ରୀଜଗନ୍ନାଥ; ବିନା ଭକ୍ତରେ ଶେଷ ହେଲା ରଥଯାତ୍ରା

ପୁରୀ: ପାରମ୍ପରିକ ନୀଳାଦ୍ରି ବିଜେ ନୀତି ସମାପ୍ତ ହେବା ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନବଦିନାଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷକରି ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀକୁ ବାହୁଡ଼ିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ…

ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ‘ରସଗୋଲା’ ଭୋଗ ଅର୍ପଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ଦିବସରେ ଆଜି ପାଳିତ ହେଉଛି ନୀଳାଦ୍ରି ବିଜେ ନୀତି । ସୁସ୍ୱାଦୁ ରସଗୋଲାକୁ ଭାରି ଭଲ ପାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଛେନାରେ ତିଆରି ରସଗୋଲା ମିଷ୍ଟାନ୍ନ ଓଡ଼ିଶାରେ ଅତି ଲୋକପ୍ରିୟ । ଓଡ଼ିଶାରେ ଏହି ମିଠାର ଜନ୍ମ ତଥା ଏହା ଓଡ଼ିଶାରୁ…

ତିନିରଥରେ ସମ୍ପନ୍ନ ହେଲା ଅଧରପଣା ନୀତି

ପୁରୀ: ରଥଯାତ୍ରା ମହୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ପାରମ୍ପରିକ ନୀତିକାନ୍ତି ମାଧ୍ୟମରେ ପାଳିତ ହେଉଛି । ଆଜି ସନ୍ଧ୍ୟାରେ ସମ୍ପନ୍ନ ହୋଇଛି ଗୁରୁତ୍ୱପୂର୍ଣ୍ଣ ଅଧରପଣା ନୀତି । ଗତକାଲି ସୁନାବେଶରେ ଦର୍ଶନ ଦେବା ପରେ ଆଜି ଶ୍ରୀଜୀଉମାନଙ୍କ ଏହି ଅଧରପଣା…