Latest Odisha News

କମ୍ବିଂ ଅପରେସନ୍ ବେଳେ ବାଇକରୁ ଖସି BSF କମାଣ୍ଡାଣ୍ଟଙ୍କ ମୃତ୍ୟୁ

କାଲିମେଳା: କମ୍ବିଂ ଅପରେସନ୍ ବେଳେ ଚାଲିଗଲା ବିଏସ୍ଏଫ କମାଣ୍ଡାଣ୍ଟଙ୍କ ଜୀବନ । ବାଇକରେ କମ୍ବିଂ ପାଇଁ ଯିବାବେଳେ ଖସି ପଡ଼ି ବିଏସ୍ଏଫ କମାଣ୍ଡାଣ୍ଟ ରାକେଶ କୁମାରଙ୍କ ମୃତ୍ୟୁ ହୋଇଛି । ବିଏସଏଫ ୬୭ ବାଟାଲିୟନରେ କାଲିମେଳା ଏମପିଭିରେ-୨୧ରେ ମୁତୟନ ଥିଲେ ରାକେଶ । ସାଥି ଯବାନଙ୍କ ସହିତ ରବିବାର…

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉକୁ ବିରୋଧ, ୧୩ରେ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ସିବିଆଇ, ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛି ବିଜେପି । କଂଗ୍ରେସ ଏଭଳି ଅଭିଯୋଗ ବାରମ୍ବାର କରି ଆସୁଛି । ଦଳର ବିଭିନ୍ନ ନେତାଙ୍କ ଘରେ ସିବିଆଇ, ଇଡି ରେଡ୍ ପରେ ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହୁଛି କଂଗ୍ରେସ । ରେଡକୁ ବିରୋଧ କରି ଆସନ୍ତା ୧୩…

ମ୍ୟାଚ୍ ଦେଖିବାକୁ ବାରବାଟି ଯାଉଛନ୍ତି କି ? ଜାଣନ୍ତୁ କଣ କରିବେ…

କଟକ: ଆସନ୍ତାକାଲି ରବିବାର ବାରବାଟି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଆଜି ବାରବାଟିରେ ଅଭ୍ୟାସ କରିଛନ୍ତି ଦୁଇ ଦଳ । ରାତି ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ତା ପୂର୍ବରୁ ଅପରାହ୍ଣ ୩ଟାରେ…

କିଟି କ୍ୟାସ୍ ଗ୍ରୁପ ଜରିଆରେ ଅନଲାଇନ ଠକେଇ, ମଧ୍ୟପ୍ରଦେଶର ଠକକୁ ଧରିଲା ସାଇବର ଥାନା

ଭୁବନେଶ୍ୱର: ୧୦୦୦ ଟଙ୍କା ବିନିଯୋଗରେ ମିଳିବ ୧୦୦ ଟଙ୍କା ସୁଧ । ୧୦ ପ୍ରତିଶତ ସୁଧ ଲୋଭ ଦେଖାଇ ମୋବାଇଲ ଗ୍ରୁପ୍ ଜରିଆରେ ଠକାମିର ଜାଲ ବିଛାଇଥିଲେ । ଗ୍ରାହକଙ୍କ ମନ ଜିଣିବା ପାଇଁ ପ୍ରଥମେ ପ୍ରଥମେ ଭଲ ରିଟର୍ଣ୍ଣ ଦେଉଥିଲେ । ଆଉ ବଡ଼ ଧରଣର ଟଙ୍କା ବିନିଯୋଗ ପରେ ଠକେଇ କରୁଥିଲେ । ସୁଧ ଟଙ୍କାକୁ…

ବେଆଇନ୍ ଲୋନ୍ ଆପ୍ ମାମଲାରେ ୨ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଗୁଗୁଲ ପ୍ଲେ ଷ୍ଟୋରରେ ବେଆଇନ୍ ଲୋନ୍ ଆପ୍ ମାମଲାରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଉଛନ୍ତି କର୍ଣ୍ଣାଟକ ଉଡୁପି ଜିଲ୍ଲାର ରକସିତ ଓ ସୁଶାନ୍ତ । ଉଭୟଙ୍କ ବିରୋଧରେ ଇଓଡବ୍ଲୁ ଆଇପିସି ଧାରା…

[ଦେଖନ୍ତୁ ଭିଡିଓ] ବାପା ଖୋଳିଥିବା ବୋରୱେଲରେ ପଡ଼ିଗଲା ୧୦ ବର୍ଷର ପୁଅ, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ୮୦ ଫୁଟ୍ ତଳେ ୧୦ ବର୍ଷ ଛୁଆ । ବାପା ଖୋଳିଥିବା ବୋରୱେଲରେ ଫସିଲା ପୁଅ । ଚାଷ ପାଇଁ ବାପା ଘର ପଛପଟେ ବୋରୱେଲ୍ ଖୋଳିଥିଲେ । ହେଲେ ପାଣି ନମିଳିବାରୁ ପୋତିଲେନି, ସେମିତି ଛାଡ଼ି ଦେଇଥିଲେ । ଏବେ ସେ ବୋରୱେଲରେ ଫସିଛି ପୁଅ । ଏଭଳି ଘଟଣା ଘଟିଛି ଛତିଶଗଡ଼ର ଜଞ୍ଜଗିର ଚମ୍ପା ଜିଲ୍ଲାରେ…

ଅଙ୍କୁର ତରଫରୁ ‘ପକ୍ଷୀ ପାଇଁ ବସାଟିଏ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବ୍ୟାପକ ସହରୀକରଣ ଓ କଂକ୍ରିଟ ବଳୟ ଭିତରେ ପକ୍ଷୀମାନଙ୍କ ପାଇଁ ବସା ବାନ୍ଧିବାର ସୁଯୋଗ ସଙ୍କୁଚିତ ହୋଇ ଚାଲିଛି । ପକ୍ଷୀମାନଙ୍କୁ ସୁରକ୍ଷିତ ଭାବରେ ବସା ବାନ୍ଧି ରହିବାର ସୁଯୋଗ ସୃଷ୍ଟି କରିବାକୁ ରାଜଧାନୀର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ଅଙ୍କୁର ଫାଉଣ୍ଡେସନ’ ତରଫରୁ ‘ପକ୍ଷୀ…

ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି, ରଜରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ରଜରେ ଓଡ଼ିଶା ଛୁଇପାରେ ମୌସୁମୀ । ମୌସୁମୀ ଓଡ଼ିଶା ଛୁଇଁବା ପାଇଁ ଧିରେ ଧିରେ ପାଗ ଅନୁକୂଳ ହେଉଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରଜରେ ଓଡ଼ିଶା ମୌସୁମୀ ବର୍ଷାରେ…

[ଦେଖନ୍ତୁ ଭିଡିଓ] କୂଅରୁ ମିଳିଲା ୨୦୦ ବର୍ଷ ତଳର ପୁରୁଣା ପଥର, ଶିବଲିଙ୍ଗ କହି ଲୋକେ କରୁଛନ୍ତି ପୂଜା

ମୁମ୍ବାଇ: ଜ୍ଞାନବ୍ୟାପୀ ମସଜିଦରୁ କଥିତ ଶିବଲିଙ୍ଗ ମିଳିବା ନେଇ ଦେଶବ୍ୟାପୀ ବିବାଦ ଥମିନି । ଆଉ ଏବେ ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲା କରଞ୍ଜ ସହରର ଏକ କୂଅରୁ ମିଳିଥିବା ନୂଆ ପଥରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ସ୍ୱତନ୍ତ୍ର ପଥରକୁ ପୂଜାରୀ ଶିବଲିଙ୍ଗ କହୁଥିବା ବେଳେ ଲୋକେ…

ଖରାଛୁଟି ସରିବା ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି । ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢ଼ାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ  ନିୟମାବଳୀ ଜାରି କରାଯାଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଜିଲା ପ୍ରକଳ୍ପ…