Latest Odisha News

BREAKING NEWS

କ୍ରିକେଟ ଷ୍ଟମ୍ପରେ ପିଟି ଶାଶୁଙ୍କୁ ହତ୍ୟା; ଅଟୋ-ରିକ୍ସା ଚାଳକ ଗିରଫ

କଟକ: କଟକର ଗୋର୍ଖା କଲୋନୀରେ ଅଭାବନୀୟ ଘଟଣା । ଶାଶୁଙ୍କୁ କ୍ରିକେଟ ଷ୍ଟମ୍ପରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗରେ ଅଟୋ-ରିକ୍ସା ଚାଳକକୁ ରବିବାର ଦିନ ପୋଲିସ ଗିରଫ କରିଛି ।

ମୃତକ ହେଉଛନ୍ତି ସାଲଜି ହେମ୍ବ୍ରମ । ସେ ନିଜ ଝିଅ ସୀତା ଓ ଜ୍ୱାଇଁ ସଂଜୟ ସୋରେନଙ୍କ ସହ ରହୁଥିଲେ । ରବିବାର ଦିନ ସୀତା ଓ ସଂଜୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଭିତରେ ଶାଶୁ ହସ୍ତକ୍ଷେପ କରିବାରୁ ସଂଜୟ ଏକ କ୍ରିକେଟ ଷ୍ଟମ୍ପରେ ତାଙ୍କ ମୁଣ୍ଡ ଉପରେ ପ୍ରହାର କରିଥିଲେ । ଏହାଦ୍ୱାରା ସାଲଜିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଂଚି ସଂଜୟକୁ ଗିରଫ କରିଛି । ଶବର ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ କଲେଜକୁ ପଠାଇଦିଆଯାଇଛି ।

Leave A Reply

Your email address will not be published.