ମୁମ୍ବାଇ: ଆକ୍ରମଣର ୫ ଦିନ ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ । ସୈଫ ହସ୍ପିଟାଲରୁ ଘରେ ପହଞ୍ଚିବା ପରେ, ସେହି ରାତିରେ ତାଙ୍କୁ ଠିକ୍ ସମୟରେ ହସ୍ପିଟାଲ ନେଇଯାଇଥିବା ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ସେ ଭେଟିଛନ୍ତି । ସୈଫ ଅଟୋ ଡ୍ରାଇଭରଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଭବିଷ୍ୟତରେ କୌଣସି ପ୍ରକାରର ସାହାଯ୍ୟର ଆବଶ୍ୟକତା ହଲେ ମୋତେ ମନେ ପକାଇବ । ଏହା ସହ ତାଙ୍କୁ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଉତ୍ସାହିତ କରିଥିଲେ ।
ଏହି ସମୟରେ ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କ ସହ ସୈଫଙ୍କ ସାକ୍ଷାତ ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ସୈଫ ଧଳା ସାର୍ଟ ଏବଂ ଡେନିମ ଜିନ୍ସ ପିନ୍ଧିଥିବାର ଦେଖାଯାଉଛି । ଏହା ସହ ସେ ମଧ୍ୟ କଳା ଚଷମା ପିନ୍ଧିଛନ୍ତି । ସୈଫ ଡ୍ରାଇଭରଙ୍କ କାନ୍ଧରେ ହାତ ରଖିଲେ ଏବଂ ଏକାଠି ଠିଆହୋଇ ଏକ ଫଟୋ ମଧ୍ୟ ଉଠାଇଛନ୍ତି ।
ସୈଫଙ୍କୁ ଭେଟିବା ପରେ ଭଜନ ଗଣମାଧ୍ୟମ ସହିତ କଥା ହୋଇଥିଲେ । ସେ କହିଥିଲେ ଯେ ତାଙ୍କୁ ସୈଫଙ୍କ ପିଏଙ୍କ ଠାରୁ ଫୋନ୍ ଆସିଥିଲା ଏବଂ ତାଙ୍କୁ ଏକ ସାକ୍ଷାତକାର ପାଇଁ ଡକାଯାଇଥିଲା । ସେ ସୈଫଙ୍କୁ ଭେଟିବାକୁ ଆସିଥିଲେ । ଭଜନ କହିଥିଲେ ଯେ ସେ ପ୍ରାୟ ୪-୫ ମିନିଟ୍ ପାଇଁ ସୈଫଙ୍କୁ ଭେଟିଥିଲେ । ଭଜନ କହିଥିଲେ ଯେ ସୈଫଙ୍କ ପରିବାର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୈଫଙ୍କ ମାଆ ଅର୍ଥାତ୍ ଶର୍ମିଲା ଟାଗୋର ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ସୈଫ ଏବଂ ତାଙ୍କ ପରିବାରକୁ ଭେଟି ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ବହୁତ ସମ୍ମାନ ଦିଆଯାଇଥିଲା ।
ସୂଚନାଯୋଗ୍ୟ, ଆକ୍ରମଣ ରାତିରେ ଭଜନ ଠିକ୍ ସମୟରେ ସୈଫଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ନେଇଯାଇଥିଲେ । ଚୋରି କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ପଶିଥିବା ଜଣେ ଚୋର ତାଙ୍କୁ ଛୁରୀରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ସେତେବେଳେ ତାଙ୍କ ଘରେ କୌଣସି ଗାଡ଼ି ପ୍ରସ୍ତୁତ ନଥିଲା, ତେଣୁ ତାଙ୍କୁ ଏକ ଅଟୋରେ ଡାକ୍ତରଖାନା ନିଆଯାଇଥିଲା । ସୈଫ ରକ୍ତରେ ଜୁଡୁବୁଡୁ ଥିଲେ ଏବଂ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ, ଏପରି ପରିସ୍ଥିତିରେ ଭଜନ ତାଙ୍କୁ ଠିକ୍ ସମୟରେ ତାଙ୍କ ଅଟୋରେ ହସ୍ପିଟାଲ ନେଇଗଲେ, ଯାହା ଫଳରେ ତାଙ୍କ ଜୀବନ ବଞ୍ଚିଗଲା ।
ଅନ୍ୟପଟେ, ସୈଫଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।
Comments are closed.