Latest Odisha News

BREAKING NEWS

ଖୁବ ଶୀଘ୍ର ଅବତାର୨ ର ଟ୍ରେଲର

ନ୍ୟୁୟର୍କ: ଅବତାର ଫିଲ୍ମ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଏହାର ସିକ୍ୱେଲର ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବ । ରିପୋର୍ଟ ମୁତାବକ ମାର୍ଭଲ ଷ୍ଟୁଡିଓ ତାର ଆଗାମୀ ଫିଲ୍ମ ଡକ୍ଟର ଷ୍ଟ୍ରେଂଜ ଇନ ଦି ମଲ୍ଟିୱର୍ସ ଅଫ ମ୍ୟାଡନେସ ସହ ସିନେମାହଲରେ ଅବତାର ୨ର ଟ୍ରେଲର ରିଲିଜ କରିବେ । ଏହା କୌଣସି ପ୍ରକାର ଅନଲାଇନରେ ରିଲିଜ ହେବନି । ୨୦୦୯ରେ ଅବତାର ଫିଲ୍ମ ସାରା ବିଶ୍ୱରେ ଚହଳ ପକାଇଥିଲା ।

ଏହାର ସିକ୍ୱେଲର ନାମ ଅବତାର: ଦି ୱେ ଅଫ ୱାଟର ନାମ ଦିଆଯାଇଛି । ଏହି ଫିଲ୍ମ ପାଇଁ ଜେମ୍ସ କ୍ୟାମେରୁନ ୧୩ ବର୍ଷ ସମୟ ଦେଲେଣି । ଡିସେମ୍ବର ୧୬ରେ ଫିଲ୍ମ ରିଲିଜ ହେବ ବୋଲି ମାର୍ଭଲ ଷ୍ଟୁଡିଓ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.