Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ; ନୂଆ ମୁହଁକୁ ପ୍ରାର୍ଥୀ କଲା କଂଗ୍ରେସ, ମହିଳାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି

ଭୁବନେଶ୍ୱର/ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ୧୪ ତାରିଖରେ ନାମାଙ୍କନ ସରୁଥିବା ବେଳେ ହାତରେ ଆଉ ୨ ଦିନ ରହିଛି । କିନ୍ତୁ ଏଯାଏ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ । ଗତକାଲି ମଙ୍ଗଳବାର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଉପନିର୍ବାଚନ ଲଢ଼େଇକୁ ଓହ୍ଲାଇଥିବା କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି । ହରେକୃଷ୍ଣ ପେଷାରେ ଜଣେ ଓକିଲ । ଗତ ଧାମନଗର ଏନଏସି ନିର୍ବାଚନରେ ହରେକୃଷ୍ଣଙ୍କ ପତ୍ନୀ କଂଗ୍ରେସ ପ୍ରାର୍ଥୀ ହୋଇ ହାରିଥିଲେ । ତେବେ ଜଣେ ଶିକ୍ଷିତ ଓ ମେଳାପି ଲୋକ ହିସାବରେ ହରେକୃଷ୍ଣଙ୍କ ଲୋକପ୍ରିୟତା ଧାମନଗରରେ ରହିଛି । ତାଙ୍କ ବିଜୟୀକୁ ନେଇ ବେଶ୍ ଆଶାବାଦୀ ଥିବା କହିଛନ୍ତି ହରେକୃଷ୍ଣ ।

Baba Harekrushan Sethi Congress Candidates For Dhamnagar Bypoll

ଚର୍ଚ୍ଚା ଅନୁସାରେ, ଧାମନଗର ଉପନିର୍ବାନଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । କିନ୍ତୁ ପ୍ରାର୍ଥିତ୍ୱକୁ ନେଇ ଏଯାଏ ଅଙ୍କ ଛିଡ଼ି ପାରୁ ନାହିଁ । ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଦଳ ଟିକେଟ୍ ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ।

ବିଜେଡିର ମାଳ ମାଳ ଆଶାୟୀ ଭିତରେ ଦଳ କାହାକୁ ଟିକେଟ୍ ଦେବ ଚିନ୍ତାରେ ରହିଛି । ବୈଠକ ପରେ ବୈଠକ ବସୁଥିବା ବେଳେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର ପ୍ରସାଦ ଜେନା,  ସ୍ପନ୍ଦନ ମଲ୍ଲିକ ପ୍ରମୁଖଙ୍କ ନାଁ ଚର୍ଚ୍ଚା ହେଉଛି । ସବୁ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ନବୀନ ମହିଳା କାର୍ଡ ଖେଳିବେ ବୋଲି କୁହାଯାଉଛି ।

Leave A Reply

Your email address will not be published.