Latest Odisha News

BREAKING NEWS

ଭିଜଲାନ୍ସ ପଞ୍ଝାରେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ

ନୂଆପଡ଼ା : ଭିଜିଲାନ୍ସ ଜାଲରେ ପଡ଼ିଲେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା । ଆବାସିକ ପ୍ରମାଣ ପତ୍ର ଦେବା ପାଇଁ ଜଣକ ପିଛା ୨ ହଜାର ଟଙ୍କା ଲେଖାଏଁ ମାଗିଥିଲେ ଡାଟା ଏଣ୍ଟ୍ରି ଅପରେଟର ଭୋଳା ମହେଶ୍ଵର ଦଣ୍ଡସେନା । ୧୫ ଟି ଆବାସିକ ପ୍ରମାଣ ପତ୍ର ପାଇଁ ଲାଞ୍ଚ କାରବାରରେ ତହସିଲର ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା ଧରାପଡିଛନ୍ତି। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡାର ନିତ୍ୟାନନ୍ଦ ହିଆଲ ସହ ତାଙ୍କ ପରିବାରର ୮ ଜଣ ଏବଂ ତାଙ୍କ ଗାଁର ୭ ଜଣ ଆବାସିକ ପ୍ରମାଣ ପତ୍ର ପାଇଁ ୩୦ ହଜାର ଟଙ୍କା ଦେବା ପାଇଁ ତହସିଲଦାରଙ୍କ ସହ କଥା ହୋଇଥିଲେ ।

ପୂର୍ବ କଥା ଅନୁଯାୟୀ ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଡ଼ିଏସପି ଦୀନବନ୍ଧୁ ବେହେରାଙ୍କ ନେତୃତ୍ବରେ ଏକ ଦଳ ତହସିଲଦାର କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ଏହି ଚଢାଉ ବେଳେ କଳାହାଣ୍ଡି ଡ଼ିଏସପି ସଦାନନ୍ଦ ପାଣି, ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନା ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ। ଏନେଇ ଭୋଳା ମହେଶ୍ଵର ଦଣ୍ଡସେନାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯିବା ନେଇ ବୋଲି ସୂଚନା ମିଳିଛି ।

 

Leave A Reply

Your email address will not be published.