Latest Odisha News

BREAKING NEWS

ଚୁମା ଦେଇ ଚିକିତ୍ସା କରୁଥିଲେ ବାବା, କରୋନା ନେଲା ଜୀବନ

ଭୋପାଲ: ଚୁମା ଦେଇ ଚିକିତ୍ସା କରୁଥିଲେ ବାବା । ଯେକୌଣସି ବି ରୋଗ ହେଉ, ରୋଗୀଙ୍କ ହାତକୁ ଚୁମା ଦେଇ ବାବା ସବୁ ଠିକ୍ କରି ଦେଉଥିଲେ । ଏଥିପାଇଁ ଦୂରଦୂରାନ୍ତରୁ ବାବାଙ୍କ ପାଖରେ ଭିଡ ଜମୁଥିଲା । ହେଲେ ବାବା ଏବେ କରୋନାରେ ପ୍ରାଣ ହରାଇଛନ୍ତି । ଖାଲି ନିଜେ କରୋନା ସଂକ୍ରମିତ ହୋଇ ନାହାନ୍ତି ଆଉ ୨୯ ଭକ୍ତଙ୍କୁୂ ମଧ୍ୟ ସଂକ୍ରମିତ କରିଛନ୍ତି ।

ମଧ୍ୟପ୍ରଦେଶ ରତଲାମର ନୟାପୁରର ଜଣେ ତାନ୍ତ୍ରିକ ଦୀର୍ଘଦିନ ହେବ ଝଡାଫୁଙ୍କା କରୁଥିଲେ । ଲୋକଙ୍କ ହାତକୁ ଚୁମ୍ବନ ଦେଇ ମନ୍ତ୍ର ଫୁଙ୍କୁ ଥିଲେ । ଏଥିସହ ରୋଗୀଙ୍କୁ ତାବିଜ ଦେଉଥିଲେ । ତେବେ ଗତ ୪ ତାରିଖରେ ବାବାଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।

ଏହାପରେ ପ୍ରଶାସନ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିବା ଭକ୍ତଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେମାନଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ୨୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ପ୍ରଶାସନ ଏବେ ପୁରା ଅଂଚଳକୁ ହଟସ୍ପଟ ଘୋଷଣା କରିଥିବା ସହ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଖୋଜୁଛି ।

Leave A Reply

Your email address will not be published.